ସେକ୍ସ ରାକେଟରେ ସେଲିବ୍ରେଟି : ସପ୍ତାହକୁ ଲକ୍ଷେ ଟଙ୍କା ଚୁକ୍ତିରେ ଆସୁଥିଲେ ହିରୋଇନ,ଗ୍ରାହକଙ୍କ ପିଛା ୨୦ ହଜାର ନେଉଥିଲେ ଦଲାଲ
ହାଇଦ୍ରାବାଦ : ସେକ୍ସ ରାକେଟରେ ହିରୋଇନ । ପରଦାରେ ରୋମାନ୍ସ କରୁଥିବା ଏହି ହିରୋଇନ ମାନେ ରିଅଲ ଲାଇଫରେ ବି ରୋମାନ୍ସ କରି କମାଉଥିଲେ ମୁଠା ମୁଠା ଟଙ୍କା । ସେକ୍ସ ର୍ୟାକେଟ ସହ ମିଶିଥିଲା ଗ୍ଲାମର ଓ ସେଲିବ୍ରେଟି ମାନେ । ଏମିତି ଏକ ସେକ୍ସ ର୍ୟାକେଟକୁ ଧରିବାରେ ସଫଳ ହୋଇଛି ହାଇଦ୍ରାବାଦ ପୋଲିସ । ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିନେତ୍ରୀଙ୍କୁ ଉଦ୍ଧାର କରିଛି । ଅଭିନେତ୍ରୀ ଜଣକ ଆଗ୍ରାର ବୋଲି କୁହାଯାଇଛି।
ବଞ୍ଜାରା ହିଲ୍ସ୍ ଅଞ୍ଚଳରେ ଏକ ହୋଟେଲରେ ଚାଲିଥିଲା ଏହି କାରବାର । ପୋଲିସର ସୂଚନା ଅନୁସାରେ ଶନିବାର ରାତିରେ ହୋଟେଲରେ ଚଢ଼ାଉ କରିଥିଲା ପୋଲିସ । ହିରୋଇନ ମାନଙ୍କୁ ଯୋଗାଡ କରୁଥିବା ଦଲାଲ ଜନାର୍ଦନ ରାଓଙ୍କ ସହ ଜଣେ ଗ୍ରାହକଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ ତଦନ୍ତ କରି ଜନାର୍ଦନ ଠାରୁ ଅନେକ ତଥ୍ୟ ପାଇଛି । ନିଜର ଜଣେ ବନ୍ଧୁଙ୍କ ସହ ବିଭିନ୍ନ ସ୍ଥାନରୁ ଅଭିନେତ୍ରୀମାନଙ୍କୁ ଆଣୁଥିଲେ ଜନାର୍ଦନ । ସାପ୍ତାହିକ ଚୁକ୍ତି ଭିତିରେ ଆସୁଥିଲେ ଅଭିନେତ୍ରୀ । ସପ୍ତାହକୁ ଲକ୍ଷେ ଟଙ୍କାରେ ଅଭିନେତ୍ରୀଙ୍କ ସହ ରେଟ ଛିଣ୍ଡିଥିଲା । ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇବା ଆଗରୁ ଗ୍ଲାମର କୁଇନ ମାନଙ୍କ ଲାଗି ଗ୍ରାହକଙ୍କ ଠାରୁ ୨୦ ହଜାର ନେଉଥିଲେ ଅଭିଯୁକ୍ତ ଦଲାଲ ଜନାର୍ଦନ । ଅଭିନେତ୍ରୀମାନଙ୍କ ସହ ସମ୍ପର୍କ ସ୍ଥାପନ ପରେ ବାକି ଯାହା ମିଳୁଥିଲା ତାହାକବେଳ ଅଭିନେତ୍ରୀଙ୍କ ବୋନସ ପରିଥିଲା ।
ଆମେରିକାର ସିକାଗୋରେ ଦେହ ବ୍ୟବସାୟ ଅଭିଯୋଗରେ ଜୁନରେ ଭାରତୀୟ ଦମ୍ପତିଙ୍କୁ ଗିରଫ ହୋଇଥିଲେ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅଭିନେତ୍ରୀମାନଙ୍କୁ ଆମେରିକାରେ ଭାରତୀୟ ଫିଲ୍ମ ସମାରୋହରେ ଯୋଗ ଦେବାର ବାହାନା କରି ସେମାନଙ୍କୁ ଆମେରିକା ଡକାଉଥିଲେ। ତା’ ପରେ ସେମାନଙ୍କୁ ନେଇ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ଥିଲା ସେମାନଙ୍କ ନାଁରେ । ଏହି ଘଟଣା ବିଷୟରେ ଜଣା ପଡ଼ିବା ପରେ ପାଞ୍ଚଜଣ ଅଭିନେତ୍ରୀ ଏହି ରାକେଟରେ ସମ୍ପୃକ୍ତି ଥିବାର ପ୍ରମାଣ ମିଳିଛି। ଆମେରିକା ପୁଲିସ ଏହାର ଯାଞ୍ଚ କରି କୋର୍ଟରେ ରିପୋର୍ଟ ଦାଖଲ କରିଛି ।
