ସିମରନ୍ ମୃତ୍ୟୁ ଘଟଣାରେ ନୂଆ ଟ୍ବିଷ୍ଟ : ସାମ୍ମନାକୁ ଆସିଲେ ନୂଆ ପ୍ରେମକ ଇଶ୍ବର

ହତ୍ୟା ଅଭିଯୋଗ ରୁଜ୍ଜୁକଲା ପୋଲିସ

ସମ୍ବଲପୁର : ସିମରନ୍ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ଆଲବମ କୁଇନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ରୁଜୁ କଲା ହତ୍ୟା ମାମଲା । ସେପଟେ ଆଉ ଜଣେ ଯୁବକ କଳାକାର ଇଶ୍ବର ନାଁ ବି ଏହି ଘଟଣାରେ ସାମ୍ନାକୁ ଆସିଛି ।

ସେଲଫି ବେବୋ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ସାମନାକୁ ଆସିଲେଣି ଆଉ ଜଣେ ନୂଆ ପ୍ରେମିକ । ଯିଏକି ସିମରନଙ୍କ ସହ-କଳାକାର ଥିଲେ । ତାଙ୍କ ସହ ଆଲବମରେ କାମ କରୁଥିଲେ । ସୁନ୍ଦରୀ ସିମରନଙ୍କୁ ଭଲ ପାଉଥିବା ଇଶ୍ବର ତାଙ୍କୁ ବାହା ହେବାକୁ କହୁଥିଲେ ।  ଏ ହେଉଛି ସେହି ଆଲବମ ଯେଉଁଥିରେ ଇଶ୍ବର-ସିମ୍ରନ ଏକାଠି କାମ କରିଛନ୍ତି । ଆମ୍ବିଆନ୍‌ସ  ଏଣେ ସିମରନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରିଛି ବୁର୍ଲା ପୋଲିସ । ଆଉ ସିମ୍ରନଙ୍କ ମୃତ୍ୟୁ ପଛରେ ଏବେ ଇଶ୍ବରଙ୍କ ନାଁ ଯୋଡ଼ି ହୋଇଛି।

ବୁର୍ଲା ଥାନାରେ ହତ୍ୟା ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗ୍ଲାମର କ୍ବିନଙ୍କ ମୃତ୍ୟୁ ଘଟଣାର ତଦନ୍ତର ତଦାରଖ  ନିଜେ ଏସଡିପିଓ କରୁଛନ୍ତି । ଗିରଫ ଅଭିଯୁକ୍ତ  ତଥା ସ୍ବାମୀ ଧ୍ରୁବରାଜ ସୁନାଙ୍କୁ ରିମାଣ୍ଡରେ ଆଣି ତଥ୍ୟ ଓଗାଳିବାକୁ ପ୍ଲାନ କରିଛି  ପୋଲିସ । ସେପଟେ ସିମରନର ଭାଇରାଲ ଭିଡିଓ ଉପରେ ମଧ୍ୟ ଝାରସଗୁଡା ପୋଲିସ ତଦନ୍ତ ଆରମ୍ଭ କରିଥିବା ଏସ ପି କହିଛନ୍ତି ।

ଗତ ଗୁରୁବାର ସମ୍ବଲପୁର ହୀରାକୁଦ ପାଓ୍ବାର ଚ୍ୟାନେଲ ପୋଲ ତଳୁ ସିମରନଙ୍କ ରକ୍ତ ଭିଜା ମୃତଦେହ ଉଦ୍ଧାର ହୋଇଥିଲା ।ତେବେ ଦିନ ଯେତିକି ଗଡ଼ୁଛି ନୂଆ ନୂଆ କାହାଣୀ ନୂଆ ନୂଆ ଖିଅ ଏଥିରେ ଯୋଡ଼ି ହେବାରେ ଲାଗିଛି, ଯାହା ମୃତ୍ୟୁ ରହସ୍ୟକୁ ଆହରୁ ଜଟିଳ କରିବାରେ ଲାଗିଛି। କେମିତି ହେଲା ଆଲବମ୍‌ କୁଇନ୍‌ଙ୍କ ମୃତ୍ୟୁ ? ଘଟଣା ପଛରେ କଣ ରହିଛି ରହସ୍ୟ ? ତଦନ୍ତ ଆଗେଇବା ପରେ ଗୁମର ଫିଟିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.