ଭୁବନେଶ୍ୱର : ପାରିବାରିକ କଳହ କେତେ ଭୟଙ୍କ ହୋଇପାରେ ଏମିତିକି ସବୁ ସଂପର୍କକୁ ବି ମଣିଷ ଭୁଲିଯାଇ ରାଗରେ କିଛି ବି କରିପାରେ ଏମିତିକି ନିଜ ଜନ୍ମ ଦେଲା ବାପକୁ ହତ୍ୟା କରି ବସେ । । ସେମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ପାରିବାରିକ କଳହରୁ ପୁଅ ରାଗି ଯାଇ ନିଜ ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ।
ଏଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଗୋହିଟାଙ୍ଗିରି ଗ୍ରାମରେ । ପାରିବାରିକ ସମସ୍ୟାକୁ ନେଇ ବଚସା ପରେ ହତ୍ୟାକାରୀ ସାଜିଛି ପୁଅ । ନିର୍ଦ୍ଦୟ ପୁତ୍ର ବୃଦ୍ଧ ବାପାକୁ କଠଫାଳିଆରେ ପିଟିପିଟି ହତ୍ୟା କରିଛି । ହତ୍ୟାକାରୀ ପୁତ୍ର ରସାନନ୍ଦ ହୋଇଥିବା ବେଳେ ମୃତକ ବାପା ରବି ନାୟକ ହୋଇଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ହୋଇଥିଲା । ବାପାଙ୍କ ଉପରେ ରସାନନ୍ଦ ଏବଂ ତାହାର ଜଣେ ସହଯୋଗୀ ଦୁର୍ଲଭ ନାୟକଙ୍କ ମିଳିତ ଆକ୍ରମଣ କରିଥିଲେ । କାଠଫାଳିଆରେ ନିଜ ଜନ୍ମଦାତାଙ୍କୁ ନିଷ୍ଠୁର ଭଳି ପିଟିଥିଲା ରସାନନ୍ଦ । ପରେ ଗୁରୁତର ଅବସ୍ଥାରେ ରବିଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅଭିଯୁକ୍ତ ପୁଅ ରସାନନ୍ଦ ଓ ତାର ସହଯୋଗୀ ଦୁର୍ଲଭକୁ ପଣ୍ଡାପଡା ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
