ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ୧୧ ପ୍ରସ୍ତାବକୁ ମୋହର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ମୋଟରଯାନ ଅଇନ ସଂଶୋଧନକୁ ମଜୁରୀ ମିଳିଲା । ଗାଡି କିଣା ଉପରେ ଟିକସ ଦ୍ରାସକୁ ଅନୁମୋଦନ କରିଛି କ୍ୟାବିନେଟ । ୪୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ ପାଇଲା ଟିକସ । ଗାଡିର ମୁଲ୍ୟ ଅନୁସାରେ ଆଦାୟ ହେବ ଟିକସ । ୩ଟି ସ୍ଲାବରେ ଆଦାୟ ହେବ ଟିକସ । ୫ରୁ ୧୦ ଲକ୍ଷ ଟଙ୍କାର ଗାଡି ମୁଲ୍ୟ ଉପରେ ୮ ପ୍ରତିଶତ ଟିକସ ଆଦାୟ କରାଯିବ । ୧୦ ଲକ୍ଷରୁ ଉର୍ଦ୍ଦ ଗାଡି ମୁଲ୍ୟ ଉପରେ ୧୦ ପ୍ରତିଶତ ଟିକସ ଆଦାୟ ହେବ । ୫ ଲକ୍ଷର କମ ମୁଲ୍ୟର ଗାଡି ଉପରେ ୫ ପ୍ରତିଶତ ଆଦାୟ ହେବ । ଲେବର ସର୍ଭିସ କ୍ୟାଡରରେ ସଂଶୋଧନ ହୋଇଛି । ଏଣିକି ବ୍ଲକ ଓ ମୁନସିପାଲଟି ସ୍ତରରେ ଆସିଷ୍ଟାଣ୍ଟ ଓ ଲେବର ଅଫିସର ରହିବେ । ରାଜ୍ୟରେ ମୋଟ ୪୩୯ ଜଣଙ୍କୁ ନିଯୁକ୍ତି ମିଳିବ । ଜିଲ୍ଲାସ୍ତରରେ ୨ ଜଣ ଓ ଡିଭଇଜନ ସ୍ତରରେ ଜଣେ ଅଫିସର ରହିବେ । ଆଇଟି ଷ୍ଟାଟଅପ ଲାଗି ଅଫିସ ଘର ଭଡା କମ ଟଙ୍କା ଦେବେ ସରକାର ।୬ଟି ବିଲିଡିଙ୍ଗରେ ବର୍ଗପୁଟ ୨୦ ଟଙ୍କା ହିସାବରେ ଦେବେ ଅଫିସ । ‘ବସୁଧା’ ଯୋଜନାରେ ରାଜ୍ୟର ପୁରୀ ଓ ଗଞ୍ଜାମ ଜିଲ୍ଳାରେ ୨ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜରେ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୫ ଗୋଟି ବ୍ଲକ ଅଧିନରେ ୩୦୫ଟି ଗ୍ରାମର ୨,୯୦,୦୦୦ ଲୋକଙ୍କୁ ଲାଭ ମିଳିବ। ଏଥି ପାଇଁ ୩୮୭ କୋଟି ୫୯ ଲକ୍ଷ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ଅମଲା ସେବା(ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର କନିଷ୍ଠ ସହାୟକ ଓ ଉପ ବିଭାଗ ଅଧିକାରୀ ପଦବୀର ନିଯୁକ୍ତି ଓ ସର୍ତ୍ତ ପଦ୍ଧତି) ନିୟମାବଳୀ,୧୯୯୪ର ସଂଶୋଧନ କରାଯାଇଛି। ବି.କେ.କେ.ଓ୍ଵାଇ ଧାରା-୧ରେ ସମସ୍ତ ପଞ୍ଜିକୃତ ପ୍ରତ୍ୟେକ ଚାଷୀ ପରିବାରଙ୍କୁ ୩୦,୦୦୦ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରତିବର୍ଷ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ କୋତୋଟି ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର ଚିକିତ୍ସା ପାଇଁ ୭୦,୦୦୦ ଟଙ୍କାର ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ସ୍ୱଚ୍ଚ ଭାରତ ମିଶନ(ଗ୍ରାମୀଣ)ର ୬୦ ପ୍ରତିଶତ କେନ୍ଦ୍ର ଅଂଶ ବାବଦକୁ ୧୦୫୨.୨୬ କୋଟି କେନ୍ଦ୍ରୀୟ ସହାୟତା ପାଇଛି। ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଭାରତ ସରକାରଙ୍କଠାରୁ ମଞ୍ଜୁର ପ୍ରାପ୍ତ ତାରିଖ ଠାରୁ ୧୫ ଦିନ ମଧ୍ୟରେ କେନ୍ଦ୍ର ଅଂଶ ସହିତ ୪୦ ପ୍ରତିଶତ ରାଜ୍ୟ ଅଂଶ କାର୍ଯ୍ୟକାରୀ ସଂସ୍ଥାକୁ ପ୍ରଦାନ କରାଯିବା ଆବଶ୍ୟକ। ତେଣୁ ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ବାବଦକୁ ଆର୍ଥିକ ବର୍ଷ ୨୦୧୮-୧୯ରେ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
