ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ମୁକେଶ ସିଂହଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।ତା’ର ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସେ ଏହି ଆବେଦନ କରିଥିଲା। ଜଷ୍ଟିସ୍ ଆର ଭାନୁମତୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଶୁଣାଣି କରି ଏହି ଆବେଦନ ଖାରଜ କରିଛନ୍ତି।
୨୦୧୨ ମସିହାର ଏହି ଜଘନ୍ୟ କାଣ୍ଡର ଦୋଷୀ ମୁକେଶର ଆବେଦନ ଖାରଜ କରି ସୁପ୍ରିମ୍କୋର୍ଟ କହିଥିଲେ, ଏହି ଆବେଦନର କୌଣସି ଯଥାର୍ଥତା ନାହିଁ। ସେ ଏଥିରେ ଦର୍ଶାଇଥିବା ନିର୍ଯାତନାକୁ ଆଳ କରିବା ମଧ୍ୟ ଭିତିହୀନ। ରାଷ୍ଟ୍ରପତିଙ୍କ ପାଖରେ ସମସ୍ତ ତଥ୍ୟ ଦାଖଲ କରାଯାଇଥିଲା ଏବଂ ସେ ସେସବୁକୁ ବିଚାରକୁ ନେଇସବୁ ଦିଗରୁ ଅନୁଧ୍ୟାନ କରିଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୧୭ ତାରିଖରେ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ। ଆସନ୍ତା ଫେବୃଆରୀ ୧ ତାରିଖରେ ଏମାନଙ୍କର ଫାଶୀ ହେବ ବୋଲି ଡେଥ୍ ୱାରେଂଟ ଜାରି କରାଯାଇସାରିଛି।
