୧୩ରେ ସୂର୍ଯ୍ୟ ପରାଗ, ଭାରତକୁ ହେବନି ଦୃଶ୍ୟ ମାନ,୫ ରାଶିକୁ ଶୁଭ

ଭୁବନେଶ୍ୱର : ଆଷାଢ ଅମାବସ୍ୟା ପଡୁଛି ୧୩ ତାରିଖରେ । ଏହି ଦିନ ଆଂଶିକ ସୂର୍ଯ୍ୟ ପରାଗ ହେବ । ପୂନର୍ବସୁ ନକ୍ଷେତ୍ର ଓ ହର୍ଷଣ ନକ୍ଷେତ୍ର ଯୋଗରେ ଏହି ସୂର୍ଯ୍ୟପରାଗ ଲାଗୁଛି । ଭାରତୀୟ ସମୟ ଅନୁସାରେ ଜୁଲାଇ ୧୩ ସାକାଳେ ଏହି ପରାଗ ଲାଗିବ । ଏହା ମିଥୁନ ରାଶି ଓ କର୍କଟ ରାଶିରେ ହେବ । ଏହି ସମୟରେ ମିଥୁନ ରାଶିରେ ୁଭୟ ସୂର୍ଯ୍ୟ ଓ ଚନ୍ଦ୍ର ରହିବେ । ଏହା ଭାରତରେ ଦୃଶ୍ୟ ମାନ ହେଉ ନଥିଲେ ବି ପରାଗ ସମୟରେ ଗ୍ରହ ମାନଙ୍କ ଅବସ୍ଥିତି ୫ଟି ରାଶିର ବ୍ୟକ୍ତିଙ୍କୁ ଫାଇଦା ଦେବ ।

ମେଶ- ଏହି ରାଶିର ବ୍ୟକ୍ତି ମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆକସ୍ମିକ ଧନ ଲାଭ ଯୋଗ ରହିଛି ।ଏହା ସହ ଦାମ୍ପତ୍ୟ ସୁଖ ମିଳିବ ।
ମିଥୁନ- ପରାଗ ପରଠୁ ଏହି ରାଶି ଲାଗି ଶୁଭ ସମ୍ବାଦ ମିଳିବ । ଅନେକ ସମସ୍ୟା ସମାଧାନ ହେବ । କର୍ମକ୍ଷେତ୍ରରେ ପଦନ୍ନୋତି ମିଳିବ ।
ତିଳା- ପରାଗ ପ୍ରଭାବ ସବୁଠୁ ଅଧିକ ଫାଇଦା ମିଳିବ ତୁଳା ରାଶିକୁ । ଆର୍ଥିକ ଲାଭ ମିଳିବା ସହ ପରିବାରେ ଶାନ୍ତି ଫେରିବ । ପୁରୁଣା ଯୋଜନା ସଫଳ ହେବ ।
ମକର- ଏହି ରାଶିର ଲୋକଙ୍କୁ ସବୁ କାମରେ ସଫଳତା ମିଳିବ । ଅଧୁରା କାମ ପୁରଣ ହେବ । ସମାଜରେ ମାନ ସମ୍ମାନ ବଢିବ । କର୍ମ ନିଯୁକ୍ତି ମିଳିବ ।
ସିଂହ- ପରାଗ ଦିନ ସିଂହ ରାଶିର ବ୍ୟକ୍ତିଙ୍କୁ ଲକ୍ଷ୍ମୀଙ୍କ କୃପା ଲାଭ ହେବ । କୋର୍ଟ କଚେରୀରେ ପଡିରହିଥିବା ମାଲା ଫଇସଲା ହେବ । ଧନ ପ୍ରାପ୍ତି ଯୋଗ ରହିଛି ।
ଗଣନା : ବିପିନ ( ନକ୍ଷେତ୍ରର ସ୍ଥିତି ଅନୁସାରେ ଫଳ ମିଳିବ )

Leave A Reply

Your email address will not be published.