ୟୁନିୟନ୍ ବ୍ୟାଙ୍କରେ ରହିବନି ମହାପ୍ରଭୁଙ୍କ ଟଙ୍କା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟେସ ବ୍ୟାଙ୍କରୁ ମିଳିବା ପରେ ୟୁନିୟନ୍ ବ୍ୟାଙ୍କରେ ରହିବା ନେଇ ନିଷ୍ପତି ହୋଇଥିଲା । ମାତ୍ର ଏହି ନିଷ୍ପତିକୁ ଏବେ ରଦ୍ଦ କରିଦିଆଯାଇଥିବା ଜଣାପଡିଛି । ଗତ ୧୮ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଟେଣ୍ଡରରେ ଭାଗ ନେଇଥିବା ସବୁ ବ୍ୟାଙ୍କକୁ ଅବଗତ କରାଯାଇଛି। ବ୍ୟାଙ୍କକୁ ଚିଠି କରି ଅବଗତ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ।

ଏହାସହ ପୁରୁଣା ଟେଣ୍ଡର ବାତିଲ ସହ ପୁନଃ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ଆହ୍ୱାନ କରାଯାଇଛି। ୩ ବର୍ଷ ପାଇଁ ଟେଣ୍ଡର ନ କରି ବର୍ଷିକିଆ ସ୍ଥାୟୀ ଜମା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି।

ଏହା ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ନେଇ ଗତ ୧୮ ତାରିଖରେ ଟେଣ୍ଡର ହୋଇଥିଲା। ୟୁନିୟନ ବ୍ୟାଙ୍କ ସର୍ବାଧିକ ବିଡ୍ ଦେଇଥିଲା। ୫ ଦଶମିକ ୭୫ ପ୍ରତିଶତ ସୁଧ ଅଫର୍ ଦେଇ ବିଡ୍ ଜିତିଥିଲା ୟୁନିୟନ ବ୍ୟାଙ୍କ। ତେବେ ଟେଣ୍ଡର ବାତିଲ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.