ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ବାଧ୍ୟ କରି ଅଶୀଳ ଭିଡିଓ ଦେଖାଉଥିବା ସାର ଓ ପ୍ରିନ୍ସପାଲ ଗିରଫ

ଜୟପୁର : ପ୍ରେମିକ ସହ ଯୌନ ସଂପର୍କରେ ମାତିଥିବାବେଳେ ଧରାପଡି ଯିବାରୁ ନାବାଳିକାଙ୍କ ଆତ୍ମ ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନରେ । ୧୫ ବର୍ଷୀୟା ନାବାଳିକା ଜଣଙ୍କ ହେଉଛନ୍ତି ରାଜସ୍ଥାନ ଜଲୱାର ଜିଲ୍ଲାର ଏକ ସରକାରୀରେ ସ୍କୁଲରେ ଅସଞ୍ଜତ ଅବସ୍ଥାରେ ଧରାପଡିଛନ୍ତି । ସୋମବାର ନାବାଳିକ ଜଣଙ୍କୁ ଅସଞ୍ଜତ ଅବସ୍ଥାରେ ଧରିଥିଲେ ତାଙ୍କ ବାପା । ତା ପରେ ନାବାଳିକା ଜଣଙ୍କ କୂଅକୁ ଡେଇଁ ଆତ୍ମ ହତ୍ୟା କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନାବାଳିକାର ୨୦ ବର୍ଷିୟ ପ୍ରେମିକ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଗୁରୁତ୍ୱର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଉ ନାବାଳିକା ପ୍ରେମିକାର ବାପା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ପୋଲିସ ନିକଟରେ କରିଛନ୍ତି ।
ପାଟନା : ସ୍କୁଲରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ ମାନେ ପାଠ ପଢାଇବା ସହ ନୀତି ଶିକ୍ଷା ଦିଅନ୍ତି । ହେଲେ ଏମିତି କିଛି ଶିକ୍ଷକ ଅଛନ୍ତି ଯେଉଁ ମାନେ ପିଲା ମାନଙ୍କୁ ନୀତିଶିକ୍ଷା ଦେବା ବଦଳରେ ଛାତ୍ର ଛାତ୍ରୀ ମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରନ୍ତି । ଏମିତି ଅଭିଯୋଗ ଆସିଛି ବିହାରର ଦରବାଙ୍ଗର ଲାଲବାଘ ଅଞ୍ଚଳର ଏକ ସରକାରୀ ସ୍କୁଲର ଶିକ୍ଷକ ଓ ପ୍ରିନସିପାଲଙ୍କ ବିରୋଧରେ । ଏହି ଅଭିଯୋଗରେ ବିହାର ପୋଲିସ ସ୍କୁଲର ଶିକ୍ଷକ ଓ ପ୍ରିନ୍ସପାଲଙ୍କୁ ଗିରଫ କରିଥିବା ଖବର ମିଳିଛି । ଅଭିଯୁକ୍ତ ଶିକ୍ଷକ ହେଉଛନ୍ତି କୁମାର ଆନନ୍ଦ ଶଙ୍କର ଓ ପ୍ରିନ୍ସପାଲ ହେଉଛନ୍ତି ସୁଜିତ କୁମାର ମିଶ୍ର । ଏମାନେ ଛାତ୍ର ଛାତ୍ରୀ ମାନଙ୍କୁ ଅଶୀଳ ଭିଡିଓ ଦେଖିବା ଲାଗି ବାଧ୍ୟ କରୁଥିବା ପିଲାଙ୍କ ଅଭିଭାବକ ମାନେ ଅଭିଯୋଗ କରିବା ପରେ କଥା ପଦାକୁ ଆସିଲା ଓ ପୋଲିସ ଏମାନଙ୍କୁ ଗିରଫ କଲା ।

Leave A Reply

Your email address will not be published.