୨୦୧୯ ନିର୍ବାଚନରେ ଓଡିଶା ସମେତ ୧୪ ରାଜ୍ୟରେ ପ୍ରାର୍ଥୀ ଦେବ ଟିଏମସି

ଓଡିଶାରେ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ କଲା ଘୋଷଣା

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ୧୪ ରାଜ୍ୟରେ ଲୋକସଭା ଓ ବିଧାନସଭା ଲଢିବ ତୃଣମୂଳ କଂଗ୍ରେସ( ଟିଏମସି) । ଓଡିଶାରେ ବି ଟିଏମସି ଲୋକ ସଭା ଓ ବିଧାନସଭା ସିଟରେ ପ୍ରାର୍ଥୀ ଦେବ । ଦଳ ଏଠାରେ ବିଜେଡି øା ବିଜେପି ବିରୋଧରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପରିଚାଳିତ ତୃଣମୂଳ କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରାର୍ଥୀ ଦେବ ବୋଲି ତୃଣମୂଳ କଂଗ୍ରେସ ସାଂସଦ ଡାରେକ ଓ ବ୍ରେନ୍‌ ରବିବାର ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍‌ ଶୀଘ୍ର ଏ ନେଇ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ଦ୍ୱାରା ପରିଚାଳିତ ସରକାରକୁ ଗାଦିଚ୍ୟୁତ କରିବା ଆମର ଲକ୍ଷ୍ୟ ବୋଲି ଟିଏମ୍‌ସି ସାଂସଦ କହିଛନ୍ତି।

Leave A Reply

Your email address will not be published.