ଆଜି ସମ୍ୱିଧାନ ଦିବସ

ଭୁବନେଶ୍ୱର: ଆଜିର ଦିନ ଅର୍ଥାତ୍‌ ନଭେମ୍ବର ୨୬ ତାରିଖକୁ ପ୍ରତିବର୍ଷ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଭାରତର ସମ୍ବିଧାନ ୭୦ ବର୍ଷ ପାଳନ କରୁଛି। ଏହି ଉପଲକ୍ଷେ ଆଜି ସଂସଦର କେନ୍ଦ୍ରୀୟ ହଲ୍‌ରେ ଦିନ ୧୧ଟାରେ ସମ୍ବିଧାନ ଦିବସ ପାଳନ କରାଯିବ। ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭା ପକ୍ଷରୁ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ଆଜି ଅପରାହ୍ନ ୧୨ଟା ୧୫ ମିନିଟ୍‌ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ସବୁ ବିଧାୟକଙ୍କ ଉପସ୍ଥିତିରେ ଏହାକୁ ପାଳନ କରାଯିବ। ଏଥିପାଇଁ ବିଧାନସଭାକୁ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି।

Leave A Reply

Your email address will not be published.