ଆଜି ଅନ୍ତର୍ଜାତୀୟ ମହିଳା ଦିବସ; ମାଗଣାରେ “ମୋ ବସ୍‌” ରେ ଯାତ୍ରା କରିବେ ମହିଳା

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଯେଉଁ କାରଣରୁ ଆଜି “ମୋ ବସ୍‌” ରେ ମାଗଣାରେ ମହିଳାମାନେ ଯାତ୍ରା କରିପାରିବେ । ସେମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ‘ମୋ ବସ୍’ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ବର୍ତମାନ ‘ମୋ ବସ୍’ ଯୋଜନାରେ ମୋଟ ଗାଇଡ୍ ମାନଙ୍କ ମଧ୍ୟରୁ ୩୦ ପ୍ରତିଶତ ମହିଳା ଅଛନ୍ତି ଯେଉଁମାନେ ଯାତ୍ରୀଙ୍କୁ ସେବା ଯୋଗାଉଛନ୍ତି। ସେମାନଙ୍କ ଯୋଗୁ ‘ମୋ ବସ୍’ ସେବା ଆହୁରି ସୁଦୃଢ଼ ହୋଇପାରିଛି ବୋଲି ସିଆର୍‌ୟୁଟି ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.