ସାକ୍ଷୀଗୋପାଳ ପଟ୍ଟନାୟକିଆ ଛକରେ ଗୋଡାଇ ଗୋଡାଇ ୩ ଜଣଙ୍କୁ ହତ୍ୟା

ସତ୍ୟବାଦୀ : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆରେରବିବାର ସନ୍ଧ୍ୟାରେ ଟ୍ରିପଲ ମର୍ଡର ହୋଇଛି। ବିଚ୍‌ ରାସ୍ତାରେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକମାନେ ହେଲେ ଗୋଟିଏ ପରିବାରର ୨ ଭାଇ ଓ ଅନ୍ୟ ଜଣଙ୍କୁ ର୍ନିମମ ହତ୍ୟା କରଯାଇଛି । ମୃତକମାନେ ସଦାନନ୍ଦପୁର ଗାଁର କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି।
ଏହି ତିନିଜଣ କୌଣସି କାର‌୍ୟ୍ୟରେ ପଟ୍ଟନାୟିକିଆକୁ ଆସିଥିଲେ। ଏହି ସମୟରେ ଗୋଟିଏ ଦୋକାନରେ ଛପି ରହିଥିବା ଦୁର୍ବୃତ୍ତମାନେ ସେମାନଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଯାହା ଥିଲା ଅତ୍ୟନ୍ତ ଭୟଙ୍କର। ଘଟଣାସ୍ଥଳରେ ହିଁ କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରାଙ୍କର ମୃତ୍ୟୁ ଘଟିଥିଲା। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଏପରି କି ପୋଡ଼ାଜଲା କରିଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକେ ରାସ୍ତାରୁ ଉଠିନଥିଲେ। ଯାହାଫଳରୁ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଅଧରପଣା ନୀତି ଏବଂ ରବିବାର କାରଣରୁ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି। ଶେଷରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏବେ ରାସ୍ତା ଅବରୋଧ ହଟିଥିବାରୁ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିଲା। ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ବୋଲି ପୁରୀ ଏସ୍‌ପି କହିଛନ୍ତି।

Leave A Reply

Your email address will not be published.