ରାୟଗଡା ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ୯ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ୨ ଅଭିଯୁକ୍ତ ଗିରଫ

ରାୟଗଡ଼।  : ରାୟଗଡ଼। ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଝାଗଦେଇର ମେଘନାଦ ଦାଶ ଓ ଛୋଟ ପଦିଆର ଆକୁଲୁ ଭାଗିରଥୀ । ସେମାନଙ୍କ ନିକଟରୁ ୪ଲକ୍ଷ ଟଙ୍କା ମୋବାଇଲ ଫୋନ, ପଲସର ବାଇକ୍ ଜବତ କରାଯାଇଛି ।

ବ୍ୟବସାୟୀଙ୍କ ଠାରୁ ଗତ ୪ ତାରିଖ ଦିନ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଔଷଧ ବ୍ୟବସାୟୀ ଶ୍ରୀରାମ ଗନ୍ତାୟତଙ୍କଠାରୁ ୪ଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ । ଗତକାଲି ୨ଜଣ ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ମଧ୍ୟ ଧରିବାକୁ ଉଦ୍ୟମ ଚାଲିଥିବା ଏସ୍‌ପି ରାହୁଲ ପି. ଆର କହିଛନ୍ତି 

Leave A Reply

Your email address will not be published.