ସାଇବର ଠକେଇରେ ୨ ନାଇଜେରିଆନ୍ ଯୁବକ ଗିରଫ

ଦିଲ୍ଲୀରୁ ୨ ନାଇଜେରିଆନ୍ ଯୁବକଙ୍କୁ ସାଇବର ଠକେଇ ଅଭିଯୋଗରେ ଗିରଫ କରିଛି ଓଡିଶା କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ୍ । ଏମାନେ ବିଭିନ୍ନ ଲୋକଙ୍କୁ ଫୋନ କରି ସେମାନଙ୍କର ଲଟେରୀ ଉଠିଥିବା କହି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଉଥିଲେ । ପୁଣି ଏହି ଦୁଇ ଠକଙ୍କ ଭିତରୁ ଜଣେ ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ୪୯ ହଜାର ଟଙ୍କା ଠକି ନେଇ ଥିବା ଅଭିଯୋଗ ହୋଇଛି । ଏନେଇ ଓଡିଶା କ୍ରାଇମବ୍ରାଞ୍ଚରେ ମାମଲା ରୁଜୁ କରାଯାଇଥିଲା । ଅଭିଯେ।ଗ ପରେ ଦୁଇ ନାଇଜେରିଆନ୍ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କୁ ଭୁବନେଶ୍ୱର ଅଣାଯିବା ପରେ କୋର୍ଟରେ ହାଜର କରାଯିବ ।

Leave A Reply

Your email address will not be published.