ମାଛ ଭାଜିବାକୁ ମନା କରିବାରୁ ମା’ କୁ ମାଡ ମାରିଲା ବାପା, ସହି ନପାରି ଆତ୍ମ ହତ୍ୟା ଉଦ୍ୟମ କଲେ ଦୁଇ ଭଉଣୀ
ଭଦ୍ରକ : ସରସ୍ବତୀ ପୂଜା ରେ ଅଘଟଣ । ଭଦ୍ରକ ଗ୍ରାମାଞ୍ଚଳ ଥାନା କ୍ଷୀରସାହିରେ ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଥିରେ ସାନ ଭଉଣୀ ଭଉଣୀ ରୂପା ଦାଶ ମୃତ ହୋଇଥିବାବେଳେ ବଡ ଭଉଣୀ ମଧୁସ୍ମିତା ଦାଶ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମଦୁଆ ବାପା ସରସ୍ବତୀ ପୂଜାରେ ଘରକୁ ମାଛ ଆଣି ରାନ୍ଧିବାକୁ ସେମାନଙ୍କ ମାକୁ ବାଧ୍ୟ କରିଥିଲେ । ଦୁଇ ଭଉଣୀ ଓ ସେମାନଙ୍କ ମା ମାଛ ଭାଜିବାକୁ ମନା କରିବାକୁ ମଦୁଆ ବାପା ସ୍ତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ମାକୁ ମାଡଖାଇବା ଦେଖି ଦୁଇ ଭଉଣୀ ସହି ପରିନଥିଲେ । ଜଣେ ଫ୍ୟାନରେ ଝୁଲି ପଡିବା ସହ ଅନ୍ୟ ଜଣେ ବିଷ ପିଇ ଆତ୍ମ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମଦୁଆ ବାପାର ଏଭଳି କାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି
