କୁମାର, ସେଲର ପ୍ରକଳ୍ପ ଓ ବ୍ୟବସାୟ ଯୋଜନା ନିର୍ଦ୍ଦଶେକ ଡ଼କ୍ଟର ଜି. ବିଶ୍ବକର୍ମ।, ସେଲର କାର୍ମିକ ନିର୍ଦ୍ଦଶେକ ଅତୁଲ ଶ୍ରୀବାସ୍ତବ, ଇସ୍ପାତ ମନ୍ତ୍ରଣାଳୟର ସଚିବ ପୁନିତ କାଂସାଲ, ଇସ୍ପାତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସମୀର ଶୁକ୍ଳା ଓ ବ୍ୟକ୍ତିଗତ ସଚିବ ପରବିନ୍ଦର ସିଂ ଆସୁଛନ୍ତି । ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ ଓ ସେଠାରୁ ରାଉରକେଲା ହାଉସ ଯିବେ । ୧୧ ଟା ୧୫ରେ ଇସ୍ପାତ ଜେନେରାଲ ହସ୍ପିଟାଲର ବର୍ଣ୍ଣ ଏଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସୁପର ସ୍ପେସିଆଲିଟି ବ୍ଲକର ଭିତିପ୍ରସ୍ତର ରଖିବେ କେନ୍ଦ୍ର ମନ୍ତ୍ରୀ । ପରେ ଷ୍ଟିଲ ପ୍ଲାଂଟ ଭିତରେ ଥିବା ନବୀକୃତ ୧ ନମ୍ବର ବ୍ଲାଷ୍ଟ ଫର୍ଣ୍ଣସେ- ପାର୍ବତୀକୁ ଲୋକାର୍ପିତ କରିବେ । ଏହା ସହ ଷ୍ଟିଲ ପ୍ଲାଂଟ ସମ୍ମିଳନୀ କକ୍ଷରେ ଷ୍ଟିଲ୍ ପ୍ଲାଂଟର ସି.ଇ.ଓ ଏବଂ ବିଭିନ୍ନ ବିଭାଗର ଅଧତ୍କାରୀଙ୍କ ସହ ଅଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସାଢେ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ । ଆଜି ରାଉରକେଲା ହାଉସରେ ରାତ୍ରୀ ଯାପନ କରିବେ । କାଲି ସକାଳ ୯ ଟାରେ ସେଲର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବେ ।
