ଭୋଟ ଦେବାକୁ ଆସି ଟଳିପଡିଲେ ବୃଦ୍ଧ

ଆସିକା :ଆସିକା ଲୋକସଭା ଅଧିନରେ ଆସୁଥିବା ସାନଖେମୁଣ୍ଡି କଂସାମାରି ବୁଥରେ ଜଣେ ୯୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଭୋଟ୍ ଦେବାକୁ ଆସି ମୃତ୍ୟୁବରଣ କରିଥିବା  ବୃଦ୍ଧଙ୍କ ନଟବର ବେହେରା ବୋଲି ଜଣାପଡ଼ିଛି। ସେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ।

ହଠାତ୍ ସେ ତଳେ ପଡ଼ିଯାଇଥିଲେ। ତାପରେ ପରିବାର ଲୋକେ ତାଙ୍କୁ ତତକ୍ଷଣାତ୍ ଡାକ୍ତରଖାନାରେ ଭର୍ତ୍ତି  କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହା ଏକ ଅଂଶୁଘାତଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.