ସାରଥୀ ବାବା ଜେଲରୁ ବାହାରି କେଉଁଠି ରହୁଛନ୍ତି, ଜାଣିଛନ୍ତି କି?

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ତଥା ବାରିମୂଳ ଆଶ୍ରମକୁ ନ ଯିବା ପାଇଁ ହାଇକୋର୍ଟ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କୁ ନିର୍ଦେଶ ଦେବା ପରେ ଏବେ ସେ ଭୁବନେଶ୍ୱରର କୌଣସି ଅଜ୍ଞାତ ଅଞ୍ଚଳରେ ରହୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଗୁରବାର ରାତିରେ ସାରଥି ବାବାଙ୍କୁ ଏକ ଘରୋଇ ସ୍ପର୍ପିଓ ଗାଡ଼ିରେ ପୁଲିସର ଦୁଇଟି ଏସ୍କର୍ଟ ଗାଡ଼ି କଟକ ନେଇ ଯାଇଥିଲେ। ରାତିରେ ବାବା କଟକର ମର୍କତ ନଗର ଠାରେ ରହିଥିଲେ ବୋଲି ଶୁଣିବାକୁ ମିଳୁଛି।ପୁଣି ଆଜି ସକାଳେ ବାବା ସେଠାରୁ ଭୁବନେଶ୍ୱର ଯାଇଛନ୍ତି। ସେଠାରେ ତାଙ୍କୁ ଭେଟିବାକୁ ତାଙ୍କର ମାଆ ଓ ଭାଇ ଦେବେନ୍ଦ୍ର ରାଉଳ ଯାଇଛନ୍ତି।

ପୁଣି ଆଜି ସକାଳେ ବାବା ସେଠାରୁ ଭୁବନେଶ୍ୱର ଯାଇଛନ୍ତି। ସେଠାରେ ତାଙ୍କୁ ଭେଟିବାକୁ ତାଙ୍କର ମାଆ ଓ ଭାଇ ଦେବେନ୍ଦ୍ର ରାଉଳ ଯାଇଛନ୍ତି।

ଏହାଛଡ଼ା ବାରିମୂଳ ଆଶ୍ରମ ପାଖ ଗ୍ରାମରେ ସଂକୀର୍ତ୍ତନ କରିବାକୁ ସଂକୀର୍ତ୍ତନ ମଣ୍ଡଳୀ ପ୍ରସ୍ତୁତି କରୁଥିବା ଜଣାପଡ଼ିଛି।

ଜେଲରୁ ସଂଧ୍ୟା ୭ଟା ୪୦ ପାଖାପାଖି ସମୟରେ ସାରଥି ବାହାରିବା ବେଳେ ଗେଟ ସମ୍ମୁଖରେ ଶତାଧିକ ଗଣମାଧ୍ୟମ ପ୍ରତିନିଧି, ଚୌଦ୍ବାର ଅଞ୍ଚଳର ଲୋକ ଏବଂ ସାରଥିଙ୍କ ଅନେକ ଭକ୍ତଙ୍କ ଭିଡ ଜମିଥିଲା। କିଛି ଲୋକ ସେଠାରେ ଗାଳିଗୁଲଜ କରିଥିଲେ ବି ସାରଥି କୌଣସି ଉତ୍ତର ନଦେଇ ପୁଲିସ ସୁରକ୍ଷା ଭିତରେ ଗାଡିରେ ବସି ଯାଇଥିଲେ।


Leave A Reply

Your email address will not be published.