ବୁହାନ: କୋରୋନା ଭାଇରସ୍ ଦିନକୁ ଦିନ ଚିନ୍ତାର କାରଣ ବଢ଼ାଇବାରେ ଲାଗିଛି । ତେବେ ଚୀନରେ ଏହି ଭାଇରସ୍ ଯୋଗୁଁ ବହୁ ଲୋକଙ୍କ ଜୀବନ ମୃତ୍ୟୁ ମୁଖକୁ ଚାଲିଯାଉଥିବାର ଖବର ଶୁଣିବାକୁ ମିଳୁଛି । ଏନେଇ ଉଚିତ୍ ପଦକ୍ଷେପ ନେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚୀନ ସରକାରଙ୍କୁ ଚେତାବନୀ ଜାରି ରହିଛି । ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି ଜରୁରୀକାଳୀନ ବୈଠକ ଡାକିଛି । ଏହି ଭୟଙ୍କର ଭାଇରସକୁ ଗ୍ଲୋବାଲ ହେଲଥ ଇମାରଜେନ୍ସି ଘୋଷଣା କରାଯାଇପାରେ । ଯଦି ଏଭଳି କରାଯିବ, ତାହେଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏଥିରୁ ବତିବା ପାଇଁ ପଦକ୍ଷେପ ନିଆଯିବ ।
ଜେନିଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡୋସ ଆଡ଼ନମ କହିଛନ୍ତି, ଗତ ସଂଗଠନ ସପ୍ତାହରେ ଜାରି କରାଯାଇଥିବା ନିଜର ରିପୋର୍ଟରେ ଦୁଃଖ ପ୍ରକାଶ କରାଯାଇଛି । ନିଜର ଟୁଇଟରରେ ସେ କହିଛନ୍ତି, କରୋନା ଭାଇରସ ନେଇ ଗୁରୁବାର ଇଂଟରନ୍ୟାସନାଲ ହେଲଥ ରେଗୁଲେଶନ ଇମାରଜେନ୍ସି କମିଟି ଦ୍ୱାରା ଦ୍ୱିତୀୟ ଥର ପାଇଁ ବୈଠକ ବସିବ । ଏହି ଭାଇରସ ପାଇଁ ସମଗ୍ର ବିଶ୍ୱର ଲୋକେ ସତର୍କ ରହିବା ଉଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି, ୧୯୪ଟି ଦେଶ ନିଜ ନିଜର ନୀତି ପାଳନ କରୁଛନ୍ତି । ଚୀନ ସମେତ ୧୮ଟି ଦେଶରେ କରୋନା ଭାଇରସ ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି ।
