ଓମେନ୍ ଡେଣ୍ଟାଲ୍ କାଉନସିଲ ପକ୍ଷରୁ ଭୁବନେଶ୍ବରରେ ମହିଳା ଡେଣ୍ଟିଷ୍ଟ ସମ୍ମିଳନୀ,ଆତ୍ୟାଧୁନିକ ଚିକିତ୍ସା ସେବା ଉପରେ ଗୁରୁତ୍ବ

ଭୁବନେଶ୍ବର : ଓମେନ୍ ଡେଣ୍ଟାଲ୍ କାଉନସିଲ ପକ୍ଷରୁ ଭୁବନେଶ୍ବରେ ମହିଳା ଡେଣ୍ଟିଷ୍ଟ ମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଦନ୍ତ ସଂପର୍କୀତ ଚିକିତ୍ସା ଉପରେ ଆଲୋଚନା କରାଯାଇଥିଲା ଏହାସହ ଦନ୍ତ ଚିକିତ୍ସାରେ କିପରି ଭାବରେ ଅତ୍ୟାଧୁନିକ ଗ୍ୟାଂନ କୈଶଳ ବ୍ୟବହାର କରାଯିବ ସେନେଇ ଏକ ସେମିନାର ଆୟୋଜନ ହୋଇଥିଲା । ଏଥିରେ ମହିଳା ତନ୍ତ ବିଶଂଗ୍ୟ ମାନେ ସେମାନଙ୍କ ମତ ଦେଇଥିଲେ । ଏହା ଆର୍ଥିକ ସ୍ବଛଳତା ସଂପର୍କୀତ ପରିଚଳନା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସୁନୀତା ପଟ୍ଟନାୟକ ଆର୍ଥିକ ପରିଚାଳନା ଦିଗରେ ମତ ରଖିଥିଲେ । ଏହି ଅବସରରେ ଡେଣ୍ଟାଲ ସର୍ଜନ ସୁଜାତା ରଥଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଏସିଡ୍ ଆଟାକ ମହିଳା ପ୍ରମୋଦିନୀ ରାଉଳଙ୍କୁ ଫାଇଟର ଓମେନ ଆଓାଡ ପ୍ରଦାନ କରାଯାଇଛି । ଏହି ସମ୍ମଳନୀକୁ ଆଇଡିଏ ଓଡିଶାର ମହିଳା ପ୍ରତିନିଧି ଡାକ୍ତର ପ୍ରଜ୍ଞା ପାରମିତା ମିଶ୍ର ପରିଚାଳନା କରିଥିଲେ । ସମ୍ମଳନୀରେ ବହୁ ମହିଳା ଦନ୍ତ ଡାକ୍ତର ଯୋଗଦେଇଥିଲେ । ଏହି ଅବସରରେଏକ ଛୋଟ ମୀନାବଜାରର ଆୟୋଜନ କରାଯାଇଥିଲା ।
