ଜୋତାରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ

ଫ୍ଲିପ୍ ଫ୍ଲାପ୍: ଏକ ପ୍ରକାର ଫୁଟ୍ ୱିୟାର ପରିଧାନ କରୁଥିବା କରୁଥିବା ନାରୀ ଶକ୍ତିଶାଳୀ, ହିମ୍ମତବାଲି ଏବଂ ଦାୟିତ୍ୱ ସଂପନ୍ନ ଅଟନ୍ତି । ଏମାନଙ୍କ ଉପରେ ବିଶ୍ୱାସ କରାଯାଇପାରିବ । ଏମାନେ ସତ ବନ୍ଧୁ ପ୍ରମାଣୀତ ହୁଅନ୍ତି ।
ଫ୍ଲାଟଫର୍ମ ହିଲ୍: ଏ ପ୍ରକାର ହିଲ୍ ପରିଧାନ କରୁଥିବା ମହିଳା ଫ୍ୟାଶନ ଯୁକ୍ତ ହୋଇଥିବା ବେଳେ ସୁବିଧା ପ୍ରତିଧ୍ୟାନ ଦିଅନ୍ତୁ । ଅଧିକାଂଶ କର୍ମଜୀବୀ ମହିଳା ଏହି ହିଲ୍ ପରିଧାନ କରିଥାନ୍ତି । ଏମାନେ ଆତ୍ମନିର୍ଭରଶୀଳ । ଅନ୍ୟର ସାହାଯ୍ୟ ନେବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ ।
କ୍ଲାଜ୍ ଫ୍ର ଫ୍ଲାଟ୍ ସୁଜ୍: ଏପ୍ରକାର ଜୋତା ପିନ୍ଧୁଥିବା ମହିଳା ଖୁବ୍ ସରଳ ଏବଂ ସରଳତା ମାନରେ ସମସ୍ତଙ୍କ ହୃଦୟ ଜିତିଥାନ୍ତି । ଏମାନେ ବହୁତ ଦାୟିତ୍ୱ ସଂପନ୍ନ ଏବଂ କର୍ମଠ ।
ନିକେଲ କାର୍ଟସୁଜ୍: ଏହାକୁ ପିନ୍ଧୁଥିବା ମହିଳା ଅଧିକ ଦାୟିତ୍ୱ ସଂପନ୍ନ । ଅସୁବିଧା ସମୟରେ ଏମାନେ ଅତି ସହଜରେ ଉପାୟ ବାହର କରିଥାନ୍ତି । ଏମାନେ ସଂଗଠିତ ଢଙ୍ଗରେ ସୁବ୍ୟବସ୍ଥିତ କାର୍ଯ୍ୟ କରିଥାନ୍ତି ।
ସ୍ପାର୍ଟସ ସୁଜ୍: ଏହାକୁ ପିନ୍ଧିଥିବା ଝିଅ ଅଧିକ ଚାଲାକ ଏବଂ ଏମାନଙ୍କ ମନ ଖାଲା ରହିଥାଏ । ନିଜର ସ୍ୱାସ୍ଥ୍ୟ ଏବଂ ଶରୀରକୁ ନେଇ ଅଧିକ ସଚେତନ ଅଟନ୍ତି । ନିଜର ଜ୍ଞାନକୁ ସର୍ବଦା ଅଧିକ ଊପଡେଟ କରିବାକୁ ପସନ୍ଦ କରିଥାନ୍ତି । ସେ ଦୃଷ୍ଟିରେ ଏମାନେ ଲାଟେଷ୍ଟ ଟ୍ରେଣ୍ଡ ସଂପର୍କରେ ଜାଣିପାରନ୍ତି ।
ପିପଟାଜ: ଏହାର ଅର୍ଥ ହେଲା ଫ୍ରି ଓପନ୍ ସୁଜ୍ । ଏହାକୁ ପରିଧାନ କରୁଥିବା ମହିଳା ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏମାନେ ଖୁବ୍ ଆକର୍ଷଣ କରନ୍ତି ।

Leave A Reply

Your email address will not be published.