କେନ୍ଦ୍ରାପଡା : ମୃତ ଶିଶୁକୁ ବଞ୍ଚାଇବା ଲାଗି ପୂଜାପାଠ । ପୂଜା ପାଠରେ ଲାଗିଛନ୍ତି ବାବା ଓ ତାଙ୍କର ଶିଷ୍ୟ ସଶିଷ୍ୟା ମାନେ । ଘଣ୍ଟା ଘଣ୍ଟା ଧରି ଚାଲିଲା ଝଡାଫୁଙ୍କା । ମୃତ ଶିଶୁଙ୍କୁ ବଞ୍ଚାଇବାକୁ ଲାଗି ପଡିଲେ ତାନ୍ତ୍ରକ । ବହୁତ କାରସାଦି କଲେ । ମୃତ ଦେହକୁ ବାବାଙ୍କ ଫଟୋ ତଳେ ରଖି ଚାଲିଲା ଏକ ପ୍ରକାର ଡ୍ରାମା । ଗୁରୁସିଷ୍ୟ ମାତିଲେ ମୃତ ଶରୀରକୁ ବଞ୍ଚାଇବା କାମରେ । ଘଣ୍ଟା ଘଣ୍ଟା ବିତିଲା ହେଲେ କିଛି ହେଲାନି । ଏମିତି ଏକ ଘଠଣଆ କେଇଁ ଉପାନ୍ତ ଅଞ୍ଚଳରେ ନହେଁ ଶିକ୍ଷିତ ଉପକୂଳ ଜିଲ୍ଲା କେନ୍ଦ୍ରା ପଡାରେ ଘଟିଛି ଏହି ଘଟଣା । ଯାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବଳିପାଳ ଗ୍ରାମରେ । ଏହି ଗ୍ରାମର ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶ ସାଗର ପ୍ରଧାନ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ଗତକାଲି ରାତିରେ ମହେଶଙ୍କ ଛାତିରେ କଫ ଜମିବାରୁ ବାନ୍ତି ହୋଇଥିଲା । ବାନ୍ତି ହେବା ପରେ ପରିବାର ଲୋକେ ତାଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ କଥାକୁ ଶ୍ରୀଧର ବିଶ୍ୱାସ କରିନଥିଲେ । ବାବାଙ୍କ ଶରଣାପନ୍ନ ହେଲେ ପୁଅ ବଞ୍ଚିଯିବ ଭାବି ଶ୍ରୀଧର ଡାକ୍ତରଖାନାରୁ ମୃତଦେହ ଆଣି ରାମପାଲଜୀ ବାବାଙ୍କ ଫଟୋ ତଳେ ଶୁଆଇ ଦେଇ ତାଙ୍କ ଶିଷ୍ୟଙ୍କ ନିକଟକୁ ଫୋନ କରିଥିଲେ ଫୋନ ପାଇବା ପରେ ୪ ଜଣ ଗୁରୁଭାଇ ଓ ଜଣେ ଗୁରୁମା ପହଞ୍ଚି ସମୂହ ପ୍ରାର୍ଥନା କରିବା ସହ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରାର୍ଥନା ବାବାଙ୍କ ପାଖକୁ ପଠାଯାଇଛି ସେ ବଞ୍ଚିଯିବ ବୋଲି ବାବାଙ୍କ ଶିଷ୍ୟ ଓ ଶିକ୍ଷ୍ୟାମାନେ କହିଥିଲେ । କିନ୍ତୁ ଦୀର୍ଘ ୫ ଘଣ୍ଟା ପରେ ବି କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଉତ୍ୟକ୍ତ ଉଠିଥିଲେ । ବାବାଙ୍କ ଫଟୋକୁ ପୋଡ଼ି ଦେବା ସହ ଭଣ୍ଡ ଶିଷ୍ୟମାନଙ୍କୁ ଗୋଡ଼ାଇବାରୁ ସେମାନେ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । ଶେଷରେ ଗ୍ରାମବାସୀ ଗାଁ ଶ୍ମଶାନରେ ମହେଶଙ୍କ ମୃତଦେହକୁ ସତ୍କାର କରିଥିଲେ । ତେବେ ଗ୍ରାମରେ ଏଭଳି ଏକ ଘଟଣା ଘଟିଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଏ ସଂପର୍କରେ ସୁରାକ୍ ପାଇନଥିଲା ।
ସମାଜ ଯେତେ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଗାଁ ଗହଳିର ଜନସାଧାରଣ ଏବେ ସୁଦ୍ଧା ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରକୁ ଆସିପାରିନାହାନ୍ତି । ଯନ୍ତ୍ରମନ୍ତ୍ରର ସହାୟତାରେ ବହୁ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ ବୃଥା ପ୍ରୟାସ କରୁଛନ୍ତି । କଅଁଳ ଶିଶୁର ଦେହର ଚେଙ୍କ ଦେଇ ତାକୁ ରୋଗରୁ ମୁକ୍ତି ପାଇଁ ଉଦ୍ୟମ କରୁଛନ୍ତି । ମୃତ ଶିଶୁକୁ ବଞ୍ଚାଇବା ପାଇଁ ଝଡ଼ାଫୁାଙ୍କାର ଆସ୍ରୟ ନେଉଛନ୍ତି । ଏହି ଅନ୍ଧବିଶ୍ୱାସର ଫାଇଦା ନେଇ ଅନେକ ସମୟରେ ଭଣ୍ଡ ବାବା ଓ ତାନ୍ତ୍ରିକମାନେ ଲୋକଙ୍କୁ ଶୋଷଣ କରୁଛନ୍ତି ।
