ଆବାସ ନାଁରେ ଅୟସ: ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର େଯାଜନାରେ ଦୁର୍ନୀତି

ରାୟଗଡ଼ା : ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର େଯାଜନାରେ ଦୁର୍ନୀତି ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିଦ୍ର୍ଧେଶ ପରେ ସାରା ରାଜ୍ୟରେ ଭିଜିଲାନ୍ସ ତନାଘନା ତଦନ୍ତ ଚଳାଇଛି। ରାୟଗଡ଼ା ଜିଲ୍ଲାରେ ମଧ୍ଯ ଇନ୍ଦିରା ଆବାସ େଯାଜନାରେ ବ୍ୟାପକ ଅନିୟମିତତା ସାମନାକୁ ଆସିଛି। ୨୦୧୨-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷରେ ଚନ୍ଦ୍ର ୁର ବ୍ଲକ ଅନ୍ତର୍ଗତ ଡାଙ୍ଗସୋରଡ଼ା ଓ ବିଜାପୁର ପଞ୍ଚାୟତର ୨୨ ଟି ମାମଲା ରୁଜୁ କରି ଭିଜିଲାନ୍ସ ବିଭାଗ ତଦନ୍ତ ଚଳାଇଛି । ସେଭିତରୁ ଡାଙ୍ଗସୋରଡ଼ା ପଞ୍ଚାୟତରେ ୧୨ ଟି ଏବଂ ବିଜାପୁର ପଞ୍ଚାୟତରେ ୧୦ଟି ମାମଲା ରହିଛି। ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ଇନିସପେକ୍ଝର କଳାବତୀ ବାଗ ଏହାର ତଦନ୍ତ କରୁଛନ୍ତି। ଖୋଳତାଡରୁ ଜଣାପଡିଛି େଯଉଁ ହିତାଧିକାରୀମାନଙ୍କୁ ଇନ୍ଦିରା ଆବାସ ପ୍ରଦାନ କରାଯାଇଛି ସେମାନେ ପୂର୍ବରୁ ଆବାସ େଯାଜନାରେ ମଧ୍ଯ ସାମିଲ ହୋଇଛନ୍ତି। ଦୁଇଥର ଲେଖାଏଁ େଯାଜନାରେ ସାମିଲ କରାଯାଇ ବ୍ୟାପକ ଅର୍ଥ ହଡ଼ କରାଯାଇଛି । ହିତାଧିକାରୀଙ୍କ ଅଧାକୁ ଅଫିସରଙ୍କ ଅଧା କରି ଆବାସ ଅନୁଦାନ ଟଙ୍କା ବାଣ୍ଟି ନେଇଛନ୍ତି। ଆବାସ ଟଙ୍କାରେ ଖୁବ ଅୟସ କରାଯାଇଥିବା ଜଣାପଡ଼ିଛି। ଏ ନେଇ ତକôାଳୀନ ଚନ୍ଦ୍ରୁର ବିଡିଓ ବିକାଶ ଚନ୍ଦ୍ର ବାଇନଙ୍କ ବିରୋଧରେ ଖୋଦ ବ୍ଲକ ଅଧ୍ଯକ୍ଷ ଭୀମ ଗାଗାରାଙ୍ଗା ଗୁରୁତର ଅଭିେଯାଗ ଆଣିଥିଲେ। ଏ ସଂପର୍କରେ କିଛି ପ୍ରମାଣ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେ ପ୍ରଦାନ କରିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ସେ ଆତ୍ମାହୂତି ଦେବେ ବୋଲି ତକôାଳୀନ ଜିଲ୍ଲାପାଳଙ୍କୁ ଖୋଲଖୋଲି ଭାବେ ଜିଲ୍ଲା ପରିଷଦ ବୈଠକରେ କହିଥିଲେ। ଏବେ ବିଳମ୍ବରେ ହେଲେ ମଧ୍ଯ ଭିଜିଲାନ୍ସ ଏ ନେଇ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି । କେଉଁଭଳି ସ୍ଥିତିରେ ଜଣେ ହିତାଧିକାରୀଙ୍କୁ ଦୁଇଥର ଲେଖାଏଁ େଯାଜନାରେ ସାମିଲ କରାଯାଇଛି ତାହା ବତ୍ର୍ତମାନ ତଦନ୍ତ କରାଯାଉଛି । େଯାଜନାରେ ସାମିଲ ବେଳେ ହିତାଧିକାରୀଙ୍କ ଜମିର ଖାତା ନଂ ଓ ପ୍ଲଟ ନଂରେ ଚଞ୍ଚକତା ସହିତ ମନଇଚ୍ଛା ପରିବତ୍ର୍ତନ କରାଯାଇ ଦୁଇଥର ଲେଖାଏଁ ଅନଲାଇନରେ ଦାଖଲ କରାଯାଇଥିଲା। ଫଳରେ ଥିବା ଲୋକ ଦୁଇଥର ଆବାସ ପାଇଲେ ଓ ଅୟସ କଲେ ।ସବୁଠାରୁ ଗୁରୁତ୍ବୂର୍ଣ୍ଣ କଥା ହେଲା େଯଉଁମାନେ ଆବାସ େଯାଜନାରେ ସାମିଲ ହୋଇନାହାନ୍ତି ସେମାନେ ବତ୍ର୍ତମାନ ସୁଦ୍ଧା ସାମିଲ ପାଇଁ ଆବେଦନ କରି ଚାଲିଛନ୍ତି । ହେଲେ ସେମାନଙ୍କ ଆବେଦନ ଡଷ୍ଟବିନରେ ପଡ଼ିରହିଛି । ଏପରିକି ସ୍ବାମୀ ଓ ସ୍ତ୍ରୀ ମଧ୍ଯ ପାଇଛନ୍ତି ଅଲଗା ଅଲଗା ଇନ୍ଦିରା ଆବାସ। ବିଷମକଟକ ବ୍ଲକ କାଙ୍କୁବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡେଗାଲବୁଡ଼ୁଣି ଗ୍ରାମରେ ସଦାଶିବ ମାଣ୍ଡିକାଙ୍କୁ ଇନ୍ଦିରା ଆବାସ େଯାଜନାରେ ସାମିଲ କରାଯାଇଥିଲା। ଏହି େଯାଜନାରେ ସାମିଲ କରାଯାଇ ୨୦୧୪ ମସିହା ଅକ୍ଝୋବର ୯ ତାରିଖରେ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । କାର୍ଯ୍ୟାଦେଶ ପ୍ରଦାନ ବେଳେ ହିତାଧିକାରୀ ଶ୍ରୀ ମାଣ୍ଡିକାଙ୍କୁ ୧୫ ହଜାର ଟଙ୍କା ଆକାଉଣ୍ଟ ଜରିଆରେ ପ୍ରଦାନ ହୋଇଥିଲା । ହେଲେ ହିତାଧିକାରୀ ସଦାଶିବ ମାଣ୍ଡିକା ଇନ୍ଦିରା ଆବାସ ନିର୍ମାଣ ନକରି ନିଜ ଭାଇ ଶିବରାମ ମାଣ୍ଡିକାଙ୍କ ଘରକୁ ନିଜର ଇନ୍ଦିରା ଆବାସ ଦେଖାଇ ବଳକା ଟଙ୍କା ପାଇଥିଲେ। ଏକାଥରକେ ବଳକା ୬୦ ହଜାର ଟଙ୍କା ୨୦୧୫ ମସିହା ଜୁନ ୯ ତାରିଖରେ ଜିଆରଏସ ରମାକାନ୍ତ ସାହୁକାରଙ୍କ ସହାୟତାରେ ତାଙ୍କୁ ପ୍ରଦାନ କରାଯାଇଥିଲା। ନିୟମ ପ୍ରକାରେ କାର୍ଯ୍ୟାଦେଶ ସହ ୧୫ ହଜାର, ଘରର ନିମଟେଲ ସ୍ଥିତିରେ ୫୦ ହଜାର ଓ ଶେଷରେ ରଙ୍ଗ ଦେବା ପରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବା କଥା । କିନ୍ତୁ ଏହା କରାନଯାଇ ଏକାଥରକେ ୬୦ ହଜାର ଟଙ୍କା ଜିଆରଏସ ତାଙ୍କ ଆକାଉଣ୍ଟକୁ ଛାଡ଼ିବା ପାଇଁ ସୁାରିସ କରିଥିଲେ। ସେହିରି ହିତାଧିକାରୀ ସଦାଶିବ ମାଣ୍ଡିକା ସମସ୍ତ ୭୫ ହଜାର ଟଙ୍କା ପାଇଥିବା ବେଳେ ଜିଆରଏସ ଶ୍ରୀ ସାହୁକାର ପାଖାପାଖି ୨୫ ହଜାର ଟଙ୍କା ସେଥିରୁ ଉକେôାଚ ନେଇଥିବା ଅଭିେଯାଗ ହୋଇଥିଲା । ଉକ୍ତ ଅଭିେଯାଗ ଅନୁସାରେ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟ ୬୪/୧୭ରେ ମାମଲା ରୁଜୁ କରିବା ସହ ଏହାର ଚାର୍ଜସିଟ ଦାଖଲ କରାଯାଇଛି। ଜିଆରଏସ ଶ୍ରୀ ସାହୁକାର
ପଞ୍ଚାୟତର ନିର୍ବାହୀ ଅଧିକାରୀ ଦାୟିତ୍ବରେ ମଧ୍ଯ ଥିଲେ । ତେଣୁ ଜିଆରଏସ ଓ ହିତାଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ କରିଛି। ପ୍ରଶ୍ନ ଉଠୁଛି ଏହି ଦୁର୍ନୀତି ସମ୍ପକୟଙ୍କର ବିଡିଓ ଏବଂ ଏବିଡିଓ କିଭଳି ଜାଣିାରିଲେ ନାହó। ତେଣୁ ଭିଜିଲାନ୍ସ କତ୍ର୍ତୃ କ୍ଷ ବିଡିଓ ଓ ଏବିଡିଓଙ୍କୁ ମଧ୍ଯ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ। ବିଷମକଟକ ବ୍ଳକରେ ଏହି ଗୋଟିଏ ମାମଲା ନୁହଁ ଏହିଭଳି ଅନେକ ଇନ୍ଦିରା ଆବାସ ଦୁର୍ନୀତି ଘଟିଛି । ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ଇନ୍ଦିରା ଆବାସ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ମ୍ମ ଅଭିେଯାଗ ଲଗାତାର ଭାବେ ହୋଇ ଆସୁଛି । ତେଣୁ ବିଷମକଟକ ବିଡିଓ ଏବଂ ଏବିଡିଓଙ୍କ ବିରୋଧରେ ମଧ୍ଯ ମାମଲା ରୁଜୁ କରି ତାଙ୍କୁ ମଧ୍ଯ ତଦନ୍ତ ପରିସରକୁ ଆଣିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ହୋଇଛି।

Leave A Reply

Your email address will not be published.