ବଢୁଛି ବୈଜୟନ୍ତଙ୍କ ଅଡୁଆ

କେନ୍ଦ୍ରାପଡ଼ା : ବିଜେଡିରୁ ତଡା ଖାଇବା ପରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଓରଫ ଜୟ ପଣ୍ଡାଙ୍କ ଲାଗି ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି। ବୈଜୟନ୍ତଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ପାଇଁ ଏବେ ସମସ୍ତେ ତାଙ୍କୁ ଘେରିବା ଆରମ୍ଭ କରିଛନ୍ତି ା ଜୟଙ୍କ ବିରୋଧରେ ଥିବା ସବୁ ତଥ୍ୟ ଗୋଟିକ ପରେ ଗୋଟିଏ ପଦାକୁ ଆସୁଛି ା ଜୟଙ୍କ ପାରିବାରିକ କ¶ାନୀ ଇ¶ାର ଋଣ ଛାଡ କଥା ହେଉ ବା ସେହି କମ୍ପଙ୍କନୀରୁ ବୈଜୟନ୍ତ ଫାଇଦା ନେବା କଥା ହେଉ। ଏହାକୁ ନେଇ ତାଙ୍କୁ ଘେରିବାକୁ େଯାଜନା ହୋଇସାରିଲାଣି ା ନିର୍ବାଚନୀ ସତ୍ୟ ପାଠରେ ତଥ୍ୟ ଲୁଚାଇବା ଅଭିେଯାଗକୁ ନେଇ ଆଉ ଏକ ମାମଲା କୋର୍ଟରେ ରୁଜୁ ହୋଇଛି ା ତାଙ୍କ ବିରୋଧରେ ଜିଲ୍ଲା ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ (ଏସଡିଜେଏମ୍)ଙ୍କ କୋର୍ଟରେ ଗୁରୁବାର ୧ ସିସି ମୋକଦ୍ଧମା (କଙ୍କମ୍ପବନ୍ କେସ୍)ରୁଜୁ ହୋଇଥିବା ଜଣାପଡ଼ିଛି। ଜନପ୍ରତିନିଧି ଆଇନ ୧୨୫(ଏ) ଧାରାରେ ନିଜ ନିର୍ବାଚନୀ ସତ୍ୟ ପାଠରେ ତଥ୍ୟ ଲୁଚାଇବା ଅଭିେଯାଗରେ ଦରଖାସ୍ତକାରୀ ଗୋପାଳ ଚନ୍ଦ୍ର ଲେଙ୍କା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ନାୟକଙ୍କ ଦ୍ବାରା ଏହି ମୋକଦ୍ଧମା ଦାଏର କରିଛନ୍ତି। କୋର୍ଟ ଆସନ୍ତା ସୋମବାରକୁ ଏହି ମାମଲାର ଶୁଣାଣି ପାଇଁ ସ୍ଥଗିତ ରଖôଥିବା ଆଇନଜୀବୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରେଘୁ ଜୀଙ୍କ ନିକଟରେ
ମଧ୍ୟ ଆବେଦନ କରିଛନ୍ତି ଆଇନଜୀବୀ ଗଗନବିହାରୀ ଜେନା ା ଜୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା ଅନ୍ୟପକ୍ଷରେ କୋର୍ଟର କେଶ ହେବା ନେଇ ବୈଜୟନ୍ତ ପଣ୍ଡା ଟ୍ବିଟ୍ କରିଛନ୍ତି। ତାଙ୍କ ନାମରେ ଦାୟର କରାଯାଇଥିବା କେସ୍ ନେଇ ସେ ଲେଖିଛନ୍ତି େଯ ଏଭଳି ମିଥ୍ୟା ଅଭିେଯାଗ ତାଙ୍କ ନାମରେ କିଏ କରୁଛି ତାହା ସମସ୍ତେ ଜାଣନ୍ତି। ତେବେ କୋର୍ଟରୁ ସେ ନ୍ୟାୟ ପାଇିବେ ବୋଲି ନିଜ ଟ୍ବିଟ୍ରେ ଆଶାବ୍ୟକ୍ତ କରିଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ହରିଅନ୍ତା ଗ୍ରାମର ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଭିେଯାଗ ଅନୁସାରେ ୨୦୧୪ ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଥିଲେ। ଫର୍ମ ନମ୍ବର-୨୬ର କଲମ-୯ରେ ଶ୍ରୀ ପଣ୍ଡା ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ବୃତ୍ତି (ପ୍ରଫେସନ ଓ ଅକୁପେସନ) ଜଣେ ଲୋକସଭାର ସଦସ୍ୟ ବୋଲି ଉଲ୍ଲେଖ କରିଥିଲେ। ୨୦୧୮ ଜାନୁଆରୀ ୨୮ରେ ବିଜୁ ଜନତାଦଳ ଦ୍ବାରା ପ୍ରକାଶିତ ପ୍ରେସ୍ ରିଲିଜ୍ରେ ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନବେଳେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସମ୍ପକୟଙ୍କର ଉଲ୍ଲେଖ କରାଯାଇଥିଲା। ଶ୍ରୀ ପଣ୍ଡା େଯଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ସେ ନିଜ ସମ୍ପକୟଙ୍କର ଅନେକ ତଥ୍ୟ ଲୁଚାଇଥିବା କଥା ପ୍ରେସ୍ ରିଲିଜ୍ରୁ ଅଭିେଯାଗକାରୀଙ୍କୁ ସୂଚନା ମିଳିଥିଲା। ଶ୍ରୀ ପଣ୍ଡା ନିର୍ବାଚନୀ ସତ୍ୟପାଠ ସମୟରେ ଇ¶ା କମ୍ପଙ୍କନୀରେ ଚାକିରି କରୁଥିଲେ ଓ ଦରମା ଆକାରରେ କୋଟି କୋଟି ଟଙ୍କା ଇ¶ା କମ୍ପଙ୍କନୀରୁ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ସତ୍ୟପାଠରେ ଉଲ୍ଲେଖ କରିନଥିଲେ। ଏହା ଜନପ୍ରତିନିଧି ଆଇନ୍- ୧୨୫(ଏ)ଅନ୍ତର୍ଗତ ଏକ ଫୌଜଦାରୀ ଦଣ୍ଡଯୁକ୍ତ ଅପରାଧ। ବୈଜୟନ୍ତ ନିଜ ସଂସଦୀୟ କ୍ଷେତ୍ରର ଭୋଟରମାନଙ୍କୁ
ଭୋଟଦାନ ପୂର୍ବରୁ ତାଙ୍କ ବିଷୟରେ ତଥ୍ୟ ଜାଣିବାର ଅଧିକାରରୁ ବଞ୍ଚିତ କରିଛନ୍ତି। ସେହି ରି ଗତ ଜାନୁଆରୀ ୨୯ ତାରିଖରେ ଆଇନଜୀବୀ ଗଗନବିହାରୀ ଜେନା ଏ ସମ୍ପକୟଙ୍କର କେନ୍ଦ୍ରାପଡ଼ା ଜିଲ୍ଲାପାଳ ରେଘୁ ଜୀଙ୍କ ନିକଟରେ ଲିଖôତ ଅଭିେଯାଗ କରି ସାଂସଦ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିଜେଡିରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବା ଓ ମୁଖ୍ୟମନ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବାରମ୍ବାର ଟାର୍ଗେଟ କରିବା େଯାଗୁ ଜୟଙ୍କୁ ବିଜେଡିରୁ ନିଲମ୍ବନ କରିଛି ଦଳ ା ଏମିତି ବି କେନ୍ଦ୍ରାପଡା ଜିଲ୍ଲା କି କଟକ ଜିଲ୍ଲାର କୌଣସି ଏମ.ପି କିମ୍ବା ଏମଏଲଏଙ୍କ ସହ ତାଙ୍କର ଭଲ ପଟୁନି ା ବିଜେଡିର କୌଣସି ସଭା ସମିତିକୁ ମଧ୍ୟ ତାଙ୍କୁ
ଡକାଯାଉନି ା ବୈଜୟନ୍ତ ପଣ୍ଡାଙ୍କ ଲାଗି ଅଡୁଆ ଆଗକୁ ଆହୁରି ବଢି ାରେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.