ଉତ୍ତର ଓଡ଼ିଶାରେ ବନ୍ୟା ଆସିବା ଆଶଙ୍କା: ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଲଘୁଚାପ ଯୋଗୁଁ ଆସନ୍ତା କାଲି ଠାରୁ ପ୍ରବଳ ବର୍ଷିା ହେବ । ବିଶେଷକରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ୨୬ ତାରିଖ ଯାଏଁ ରହିବ ପ୍ରଭାବ। ବର୍ଷା ହେବା କାରଣରୁ ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ଅବବାହିକାରେ ବନ୍ୟା ଭଳି ସ୍ଥିତି ଉପୁଜିବାପାରେ। ଏଥିପାଇଁ ୬ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି। ବାଲେଶ୍ବର, ଭଦ୍ରକ, ଅନୁଗୋଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ଯାଜପୁର ଢେଙ୍କାନାଳ, ବରଗଡ ଏବଂ ସୋନପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସେହିପରି ସମ୍ବଲପୁରରେ ବର୍ଷା ପାଣି ଜମି ସ୍ଥିତି ସଂଗୀନ କରିପାରେ। ଏହାର ମୁକାବିଲା ପାଇଁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ଏସ୍ ଆରସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଡେପୁଟି ଏସଆରସି ପ୍ରଭାତ ମହାପାତ୍ର ।

Leave A Reply

Your email address will not be published.