କଂଗ୍ରେସ ରାଜନୀତି : ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଉପରେ ନିର୍ଭର କରିବ ପିସିସି ଭବିଷ୍ୟତ

ଭୁବନେଶ୍ବର:ରାଜ୍ୟରେ କଂଗ୍ରେସ ରାଜନୈତିକ ସ୍ଥିତି ପରିଖିବା ପାଇଁ ହାଇକମାଣ୍ତ ନିଯୁକ୍ତ କରିଛନ୍ତି ତିନିଜଣ ପର୍ଯ୍ୟବେକ୍ଷକ। ଏହି ପର୍ଯ୍ୟବେକ୍ଷକ ମାନଙ୍କୁ ସ୍ବାଗତ କରିଛନ୍ତି ଉଭୟ ପିସିସି କର୍ମକର୍ତ୍ତା, ବିଧାୟକ ଦଳ ଏବଂ ବରିଷ୍ଠ ନେତା । କିନ୍ତୁ ଏହି ପର୍ଯ୍ୟବେକ୍ଷକ ଟିମ୍ ବିଳମ୍ବ ନକରି ଶିଘ୍ର ସିଠିକ ରିପୋର୍ଟ ଦେବାକୁ ଦାବି କରିଛନ୍ତି। ଏହି ଟିମ ତାଙ୍କ କାମ ଠିକ ଢ଼ଙ୍ଗରେ ନକରନ୍ତି ତାହେଳେ ଦଳର ଯାହା କ୍ଷତି ହୋଇଛି ତାଠାରୁ ଆହୁରି ଅଧିକ କ୍ଷତି ହବେ। ପର୍ଯ୍ୟବେକ୍ଷକ ରିପୋର୍ଟ ଆଧାରରେ ସଭାପତି ଘୋଷଣା କରିବେ ପରବର୍ତ୍ତୀ ହାଇକମାଣ୍ତ।
ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ସ୍ଥିର କରିବ କଂଗ୍ରେସର ଭବିଷ୍ୟତ। ରାଜ୍ୟରେ କଂଗ୍ରେସର ସ୍ଥିତି ଜାଣିବା ପାଇଁ ହାଇକମାଣ୍ତ ଗଠନ କରିଛନ୍ତି ଟିମ। ଏହି ଟିମ୍ ରାଜ୍ୟରେ ବୁଲି ନେତା ଓ କର୍ମୀଙ୍କୁ ଭେଟିବେ। ରାଜ୍ୟରେ କାହିଁକି କଂଗ୍ରେସ ଦୁର୍ବଳ ? ବର୍ତ୍ତମାନ ସଭାପତିଙ୍କୁ କାହିଁକି ବିରୋଧ କରାଯାଉଛି? ବିଧାୟକ ଦଳ ଏବଂ ପିସିସି ଭିତରେ କାହିଁକି ସମନ୍ବୟ ରହୁନି? କାହାକୁ ସଭାପତି କଲେ ସଙ୍ଗଠନ ସୁଦୃଢ଼ ହେବ? ଏନେଇ ତଥ୍ୟ ସଂଗ୍ରହ କରି ଟିମ ହାଇକମାଣ୍ତଙ୍କୁ ରିପୋର୍ଟ ଦେବେ। ଯାହାର ଆଧାରରେ ନିଷ୍ପତ୍ତି ନେବେ ହାଇକମାଣ୍ତ।
ପର୍ଯ୍ୟବେକ୍ଷକ ଟିମ୍ କୁ ସ୍ବାଗତ କରିଛନ୍ତି ବିଧାୟକ ଦଳ ଓ ବରିଷ୍ଠ ନେତା। ପର୍ଯ୍ୟବେକ୍ଷକ ଟିମ୍ ହାଇକମାଣ୍ତକୁ ଠିକ ରିପୋର୍ଟ ଦେବା ଆବଶ୍ୟକ। ନଚେତ ଦଳ ଉପରେ ଏହାର ଖରାପ ପ୍ରଭାବ ପଡିବ ବୋଲି କହିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ଏପଟେ ତାରା କହିଛନ୍ତି ପର୍ଯ୍ୟବେକ୍ଷକମାନେ ସମସ୍ତକୁ ଭେଟି ରିପୋର୍ଟ ଦେବା ଦରକାର।
ଶୁଣାଯାଉଥିଲା ଭକ୍ତଙ୍କୁ ସଭାପତି କରିବା ପାଇଁ ହାଇକମାଣ୍ତ ନିଷ୍ପତ୍ତି ନେଇସାରିଥିଲେ। ଏହାକୁ ନେଇ ବିରୋଧ ହେବାରୁ ହାଇକମାଣ୍ଡ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ରାଜ୍ୟକଂଗ୍ରେସ ଭାଗ୍ୟ ନିର୍ଦ୍ଧାରଣ ହେବ।

Leave A Reply

Your email address will not be published.