କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା : ବିଲା ନ୍ୟାୟିକ ତଦନ୍ତର ପରିସର,ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଭୁବନେଶ୍ବର : କୁନ୍ଦୁଲି ପୀଡ଼ିତାଙ୍କ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତରେ ରାଜ୍ୟ ସରକାରଙ୍କ ସାନି ପଦକ୍ଷେପ ନେଇଛନ୍ତି ।ମାମଲାରେ ହେଉଥିବା ନ୍ୟାୟିକ ତଦନ୍ତର ପରିସର ବଢାଇଲେ ମୁଖ୍ୟମନ୍ତ୍ରୀ । ତଦନ୍ତର ‘ଟର୍ମ୍ସ ଅଫ୍ ରେଫରେନ୍ସ’ବୃଦ୍ଧି କରାଯାଇଛି । ପୀଡ଼ିତାଙ୍କ ‘ଆତ୍ମହତ୍ୟା ନ୍ୟାୟିକ ତଦନ୍ତରେ ପରିସରଭୁକ୍ତ ହେବ । କେଉଁ ପରିସ୍ଥିତିରେ ପୀଡ଼ିତା ଆତ୍ମହତ୍ୟା କଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ । ପୂର୍ବରୁ ଗଣଦୁର୍ଷମ ଘଟଣାର ନ୍ୟାୟିକ ତଦନ୍ତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ନେଇ ଗତ ଡିସେମ୍ବର ୨୬ରେ ବିଜ୍ଞପ୍ତି ଜାରି କରିଥିଲେ ସରକାର । ସେପଟେ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ । ମାନବାଧିକାର କର୍ମୀ ରାଧେଶ୍ୟାମ ତ୍ରିପାଠୀଙ୍କ ଆବେଦନ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । NHRC ଟିମ୍ କୁନ୍ଦୁଲି ଯାଇ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବ ।
ଅନ୍ୟପଟେ ଗଣଦୁଷ୍କର୍ମ ଘଟଣାର ପୁଣି ଫୋରେନସିକ୍ ଯାଞ୍ଚ ହେବ । ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବ ରିପୋର୍ଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ସେଣ୍ଟ୍ରାଲ୍ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ପରୀକ୍ଷା କରାଯିବ । ଏଥିପାଇଁ ପୀଡ଼ିତାଙ୍କ ପୋଷାକ ଏବଂ ଅନ୍ୟନମୁନା ପଠାଯାଇଛି । ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବ୍ ରିପୋର୍ଟକୁ ନେଇ ବିବାଦ ଦେଖା ଦେଇଥିବା ବେଳେ କୋଲକାତାସ୍ଥିତି CSFLକୁ ପୀଡ଼ିତାଙ୍କ ପୋଷାକ ଏବଂ ତାଙ୍କ ଠାରୁ ସଂଗୃହୀତ ଅନ୍ୟ ନମୁନା ପଠାଯାଇଛି । ପ୍ରେସ୍ ବିବୃତ୍ତି ଜରିଆରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି । ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ପ୍ରାଥମିକ ରିପୋର୍ଟ ଅନୁଯାୟୀ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଦୁଇଜଣ ଦୁର୍ବୃତ୍ତଙ୍କ ରକ୍ତ ନମୁନା ମିଳିଥିଲା । କିନ୍ତୁ କ୍ରାଇମବ୍ରାଞ୍ଚ ରିପୋର୍ଟରେ ଆଦୌ ଗଣଦୁଷ୍କର୍ମ ହୋଇ ନଥିବା ସ୍ପଷ୍ଟ ହୋଇଛି । SFSLର ଫାଇନାଲ୍ ରିପୋର୍ଟ ଆଧାରରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇଛି । ଯାହାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏବେ ସେଣ୍ଟ୍ରାଲ୍ ଫୋରେନସିକ୍ ସାଇନ୍ସ ଲାବ୍-ର ରିପୋର୍ଟକୁ ଅପେକ୍ଷା ।

Leave A Reply

Your email address will not be published.