ସଭା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ: ନିକଟରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି ଅଣ୍ଡାମାରିଥିବା ମହିଳାଙ୍କ ସ୍ବାମୀ
ଜଳେଶ୍ବର : ବାଲେଶ୍ବର ତଳସାରୀ ଉତ୍ସବ ଉଦ୍ଘାଟନ କରିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ମଞ୍ଚ ଉପରେ ଅଣ୍ଡାମାଡ଼ ହୋଇଛି। ଅଣ୍ଡାମାଡ଼ କରିଥିବା ଦୁଇ ମହିଳାଙ୍କୁ ପୋଲିସ ଗିରଫ କରିଛି। ବେଶ୍ କିଛି ଦିନ ଧରି ରାଜ୍ୟରେ ନେତାମାନଙ୍କ ଉପରେ ଅଣ୍ଡାମାଡ଼ ଅପସଂସ୍କୃତି ବନ୍ଦ ହୋଇଯାଇଥିବା ବେଳେ ଏବେ ପୁଣି ଥରେ ସେଭଳି ଘଟଣା ସାମ୍ନାକୁ ଆସିଛି। ଅଣ୍ଡାମାଡ଼ ଘଟଣା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଣ୍ଡାମାଡ଼ କରିଥିବା ମହିଳାଙ୍କ ସ୍ବାମୀ ପୂର୍ବରୁ ବିଜେଡିରେ ଥିବା ବେଳେ ଏବେ ବିଜେପିରେ ଯୋଗ ଦେଇଥିବା ଚର୍ଚ୍ଚା ହେଉଛି। ସେପଟେ ଏହି ଘଟଣାକୁ ବିଜେପି ନିନ୍ଦା କରିଛି।
ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରେ ଅଣ୍ଡାମାଡ଼। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ। ପୁଣି ରାଜ୍ୟ ରାଜନୀତିରେ ଏଣ୍ଟ୍ରିମାରିଲା ଅଣ୍ଡାମାଡଡର ଡାର୍ଟି ପଲିଟିକ୍ସ। ମୁଖ୍ୟମନ୍ତ୍ରୀଙ୍କୁ ବି ଟାର୍ଗେଟ କରିବାକୁ ପଛାଇନାହାନ୍ତି । ଅଣ୍ଡାମାଡ଼ କରିଛନ୍ତି ପୁଣି ମହିଳା। ଏ ହେଉଛି ବାଲେଶ୍ବର ଭୋଗରାଇରେ ସପ୍ତମ ତଳସାରୀ ବେଳାଭୂମି ମହୋତ୍ସବର ଦୃଶ୍ୟ । ଉତ୍ସବକୁ ଉଦ୍ଘାଟନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଚାସୀନ ଥିଲେ। ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରୁଥିଲେ। … ଆମ୍ବିଆନ୍ସ … ଆଉଏହି ସମୟରେ ସଭା ମଞ୍ଚ ଉପରକୁ କେହି ଅଣ୍ଡା ଫୋପାଡ଼ିଥିଲେ। ଗୋଟିଏ ନୁହେଁ ଲାଗ ଲାଗ କରି ଦୁଇଟି ଅଣ୍ଡା ଫିଙ୍ଗିଥିଲେ। ତୁରନ୍ତ ଲୋକେ ଘେରିଯାଇଥିଲେ ଦୁଇ ଜଣ ମହିଳାଙ୍କୁ ହେପାଜତକୁ ନିଆଯାଇଛି। ତେବେ ସଭାମଞ୍ଚ ଉପରକୁ ଅଣ୍ଡାମା଼ଡ଼ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବେଶ୍ କିଛି ଦିନ ଅଣ୍ଡାମାଡ଼ର ଡାର୍ଟି ପଲିଟିକ୍ସ ରାଜ୍ୟ ରାଜନୀତିରୁ ଦୂରେଇ ଯାଇଥିଲା। ରାଜ୍ୟର ବିଭିନ୍ନ ଦଳର ନେତାଙ୍କ ଉପରେ ଅଣ୍ଡାମାଡ଼ ହେବା ପରେ ଏହାକୁ ନେଇ ବେଶ୍ କିଛି ତମ୍ବିକତୁଫାନ ହୋଇଥିଲା। ରାଜ୍ୟର ନେତାମାନେ ଏହାକୁ ସମସ୍ବରରେ ନିନ୍ଦା କରିଥିଲେ। ପୋଲିସ ମଧ୍ୟ କଡ଼ା ଆକ୍ସନ ନେଇଥିଲା। ଅଣ୍ଡା ପଲିଟିକ୍ସରୁ ଦୂରେଇ ଯାଇଥିଲା। ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ଉପରକୁ ଅଣ୍ଡା ଫୋପାଡ଼ିବାଦ୍ବାରା ଏହାକୁ ନେଇ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ଚର୍ଚ୍ଚା ହେଉଛି ଯେ ଅଣ୍ଡାମାଡ଼ କରିଥିବା ମହିଳାଙ୍କ ସ୍ବାମୀ ବିଜେଡିର କୁଆଡ଼େ କର୍ମୀ ଥିଲେ। ଏବେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବରୁ ଗତ ୨୯ ତାରିଖରେ ମଧ୍ୟ ସେ ନିଜର ରାଗ ଜାହିର କରିଥିଲେ। ସେପଟେ ବିଜେପି ଅସ୍ବୀକାର କରିଛି ସଂପୃକ୍ତ ମହିଳା ତାଙ୍କ ଦଳର ନୁହନ୍ତି।
