ଗୁଣ୍ଡିଚା ବାଡିରେ ତିନିରଥ : ରଥରେ ଦିଅଁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଘୋଷଯାତ୍ରାରେ ଭଉଣୀ ଓ ଭାଇଙ୍କୁ ନେଇ ମାଉସୀ ଘର ବାହାରିଥିବା କାଳିଆ ଠାକୁର ପହଁଚିଛନ୍ତି ଗୁଣ୍ଡିଚା ବାଡିରେ। ଆଜି ତିନି ରଥରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତା କାଲି ଜନ୍ମ ବେଦୀକୁ ବିଜେ କରିବେ ତିନି ଠାକୁର ।  ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥ ପହଞ୍ଚିଛି। ଭାଇ-ଭଉଣୀଙ୍କ ସହିତ ରଥରେ ଯାଇ ଗତକାଲି ଅଧା ବାଟରେ ଅଟକି ରହିଥିଲେ ଶ୍ରୀଜିଉ। ଆଜି ସକାଳ ସାଢ଼େ ୯ଟାରୁ ପ୍ରବଳ ବର୍ଷା ସତ୍ତ୍ୱେ ପୁରୀରେ ପୁଣି ରଥଟଣା ହୋଇଥିଲା। ସକାଳୁ ବିଭିନ୍ନ ନୀତିକାନ୍ତି ସହ ପ୍ରାୟ ୩ଘଣ୍ଟାର ରଥଟଣା ପରେ ପର୍ଯ୍ୟାୟକ୍ରମେ ୩ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ସୁଭଦ୍ରାଙ୍କ ଦେବଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ ପହଞ୍ଚିଥିଲା। ବର୍ତ୍ତମାନ ରଥ ଉପରୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । କାଲିଠୁ ଜନ୍ ବେଦୀରେ ଦର୍ଶନ ଦେବେ ତିନି ଠାକୁର ।

Leave A Reply

Your email address will not be published.