ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାବ ଗୁରୁତର

ଆଠଗଡ: ତିଗିରିଆ ହରିଡାପୋଷି ଗାଁରେ ପୋଲିସର ଏନକାଉଣ୍ଟର  । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗୁରୁତର । ଭାବର ଗୋଡରେ ବାଜିଛି ଦୁଇ ରାଉଣ୍ଡ ଗୁଳି ଗୁରୁତର ଅବସ୍ଥାରେ ଭାବକୁ କଟକ ସ୍ଥାନାନ୍ତର କରାଯାଇଛି ।ଭାବ ପୋଲିସର ଓ୍ବାଣ୍ଟେଟ ଲିଷ୍ଟ ଥିଲା । ଖବର ପାଇ  ପୋଲିସ ଭାବକୁ ଧରିବାକୁ ଚେଷ୍ଟା କରୁଥିବାବେଳେ ପ୍ରଥମେ ପୋଲିସ ଉପକୁ ଗୁଳି ଚାଳନା କରିଥିଲା ଭାଗଗ୍ରାହୀ  । ଏଥିରେ ତିଗିରିଆ ଥାନା ଅଧିକାରୀ ସୁଶାନ୍ତ ଶତପଥି ଆହତ ହୋଇଛନ୍ତି । ଭାବ ନାଂରେ ବିଭିନ୍ନ ଥାନାରେ ରହିଛି ଅନେକ ଅପରାଧିକ ମାମଲା। ଗତ କିଛି ଦିନ ଧରି ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରି ଆତଙ୍କ ଚଳାଇଥିଲା ଭାବ । ଭାବ ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ

 

Leave A Reply

Your email address will not be published.