ଭୁବନେଶ୍ୱର : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
ଜ୍ୟୋତିରଞ୍ଜନ ହେଉଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)ର ଛାତ୍ର। ସେ ପରୀକ୍ଷାରେ Agricultural Engineering Paper ରେ ୯୫୯ ନମ୍ବର ରଖି ଟପ୍ପର ହୋଇଛନ୍ତି। କଟକ ଜିଲ୍ଲା ଫୁଲନଖରାର ବାସିନ୍ଦା ଜ୍ୟୋତିରଞ୍ଜନ କହିଛନ୍ତି ଯେ ସେ ଖଡ଼ଗପୁର ଆଇଆଇଟିରେ ମୃତ୍ତିକା ଓ ଜଳ ସଂରକ୍ଷଣରେ ଇଞ୍ଜିନିୟରିଂ କରିବେ। ତା’ପରେ ପିଏଚ୍ଡି କରି ବୈଜ୍ଞାନିକ ହେବେ। ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପାଙ୍କୁ ଦେଇଛନ୍ତି। ତାଙ୍କ ଭାଇ ଓ ଶିକ୍ଷକମାନେ ତାଙ୍କୁ ବହୁତ ସହଯୋଗ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।
