ଭୁବନେଶ୍ବର : ଖୋର୍ଦ୍ଧା ରୋଡ୍ ଷ୍ଟେସନରୁ ସୁନା ବିସ୍କୁଟ୍ ଜବତ ହୋଇଛି। ସାନ୍ତାରାଗାଛି-ଚେନ୍ନାଇ ସୁପରଫାଷ୍ଟ ଟ୍ରେନରେ ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ଏହି ବିସ୍କୁଟ ଜବତ କରାଯାଇଛି। ଯାତ୍ରୀ ଜଣଙ୍କଠାରୁ ୧୫ଟି ସୁନା ବିସ୍କୁଟ ଜବତ ହୋଇଛି। ଜବତ ସୁନା ବିସ୍କୁଟର ଓଜନର ୨୪୯. ୪ ଗ୍ରାମ। ବିସ୍କୁଟରେ ‘ମ୍ୟାନମାର’ ଚିହ୍ନ ରହିଛି। ଜବତ ହୋଇଥିବା ଏହି ବିସ୍କୁଟର ବଜାର ମୂଲ୍ୟ ୭୬ ଲକ୍ଷ ୫୯ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଗତକାଲି ଟ୍ରେନରୁ ଏହି ସମସ୍ତ ବିସ୍କୁଟ ଜବତ କରିଛି।
ସେପଟେ କାଲି ଠିକ୍ ଏହି ସମୟରେ ଇମ୍ଫାଲ ବିମାନ ବନ୍ଦରରୁ ଜଣେ ବ୍ୟକ୍ତିଙ୍କ ଠାରୁ ୪ଟି ସୁନା ବିସ୍କୁଟ ଜବତ ହୋଇଛି। ସେ ମଧ୍ୟ ନିଜ ଅଣ୍ଡର ୱିୟରରେ ସୁନା ବିସ୍କୁଟ ଲୁଚେଇ ରଖିଥିଲେ। ପୂର୍ବରୁ ଜୁଲାଇ ୧୧ ତାରିଖ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀଠାରୁ ମିଳିଥିଲା ମିଳିଥିଲା ୬୦୦ ଗ୍ରାମ ସୁନା। ଏସବୁ ସୁନାକୁ ପୁଣି ପିସ୍ ପିସ୍ କରି ସଂପୃକ୍ତ ବ୍ୟକ୍ତି ଆଣୁଥିଲେ। ବ୍ୟାଙ୍ଗକକ୍ରୁ ଆଣିଥିଲେ କିନ୍ତୁ ଧରାପଡିଗଲେ। ବେଶୀ ଗହଳିକୁ ଏଡ଼ାଇ ଭୁବନେଶ୍ବର ଭଳି ରୁଟକୁ ବାଛୁଛନ୍ତି ଗ୍ୟାଙ୍ଗଷ୍ଟରମାନେ, ଯାହା ସେମାନଙ୍କର ମୋଡସ ଅପରଣ୍ଡିରୁ ଜଣା ପଡ଼ିଯାଉଛି।
