ବରଗଡ : ବରଗଡ ଉପନିର୍ବାଚନ ଲାଗି ସୋମବାରଠଉ ବିଧିବଦ୍ଧ ଭାବେ ସୋମବାରଠୁ ପ୍ରଚାର ଅଭିଯାନ ଆରମ୍ଭ କରିଛି ବିଜେପି । ବିଜେଡିକୁ ଷ୍ଟାର୍ ପ୍ରଚାରରେ କାଉଁଟର୍ କରିଛି ବିଜେପି । ବରପାଲି, ବିଜେପୁର ଓ ଗାଇସିଲଟ ବ୍ଲକରେ ଦଳ କରିଥିଲା ଦମଦାର କ୍ୟାମ୍ପେନ ସୋ । ବିଜେପି ନେତା ତଥା ଅଭିନେତା ହରିହର ମହାପାତ୍ର ବିଜେପୁର ଓ ବରପାଲିରେ ପ୍ରଚାର କରିଥିବା ବେଳେ ଗାଇସିଲଟରେ ମଙ୍ଗ ଧରିଥିଲେ ଶ୍ରୀତମ ଦାସ । ଦଳ ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଗଡ଼ିଥିଲା ବିଜେପିର ପ୍ରଚାର ଗାଡ଼ି।
