ଦାମି ଯୋତା ଓଦା ହେଇଯିବ ବୋଲି,କାନ୍ଧରେ ବୋହି ବିଧାୟକଙ୍କୁ ନଦୀ ପାର କଲେ ଲୋକେ

ମାଲକାନଗିରି :ସାରା ରାଜ୍ୟରେ ମିଡ଼ିଆର ଚର୍ଚ୍ଚାର କେନ୍ଦ୍ରରେ ରହିଛି ମାଲକାନଗିରି ବିଧାୟକଙ୍କୁ ଲୋକେ କାନ୍ଧରେ ବୋହି ନେଉଛନ୍ତି। ଗତକାଲି ମାଲକାନଗିରି ବିଧାୟକ ମାନସ ମାଡକାମି ମୋଟୁ ଠାରେ ଏକ ଉଦଘାଟନୀ କାର୍ୟ୍ୟକ୍ରମରେ ଯାଇଥିବା ବେଳେ ମୋଟୁ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇଥିଲେ । ବାଟରେ ପଡୁଛି ପାଣି। ଅଟକିଛି ବିଧାୟକଙ୍କ ଗାଡ଼ି। କେମିତି ଯିବେ ବିଧାୟକ। ଗୋଡ଼ରେ ଯୋତା। ପାଣି ପଶିଯିବାର ଭୟ। ତେଣୁ ବିଧାୟକଙ୍କୁ ଟେକି ଟେକି ପାଣି ପାର୍ କରେଇଦେଲେ ଲୋକେ। ଗତକାଲି ମାଡ଼କାମି ମୋଟୁରେ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ମୋଟୁ ନଦୀ ନିକଟବର୍ତ୍ତୀ ଅଞ୍ଚଳକୁ ଯାଇଥିଲେ। ଧଳା ସାର୍ଟ ପ୍ୟାଣ୍ଟ ସହ ଦାମିକିଆ ବୁଟ ପିନ୍ଧିଥିବା ବିଧାୟକ ପାଣିରେ ଗୋଡ ଦେଲେ ନାହି । ଲୋକଙ୍କୁ ଭାର ହୋଇ ବିଧାୟକ ପାଣି ପାର୍ ହେଲେ ପ୍ରଶ୍ନ ଉଠୁଛି ବିଧାୟକଙ୍କର ଏହା ରାଜକୀୟ ଠାଣି, ନା ରାଜ୍ୟର ଏହା ବିକାଶର ଚିତ୍ର। ଯେଉଁଠି ରାସ୍ତାର ଦୁର୍ଦ୍ଦଶା ପାଇଁ ବିଧାୟକଙ୍କ ଗାଡି ଅଟକୁଛି।

Leave A Reply

Your email address will not be published.