ଭୁବନେଶ୍ୱର: ଦ୍ୱିତୀୟ ବିଶ୍ୱ ଯୁଦ୍ଧର ଭେଟେରାନ ଓ ସେମାନଙ୍କର ବିଧବାଙ୍କୁ ଦିଆଯାଉଥିବା ଭତ୍ତା ରାଶିକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପେନ୍ସନ୍ ରାଶିକୁ ବୁଧବାର ବୃଦ୍ଧି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଭତ୍ତା ଏଣିକି ୬୦୦୦ଟଙ୍କା ଲେଖାଏଁ ମିଳିବ। ୨୦୦୧ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପୂର୍ବରୁ ୧୦୦୦ଟଙ୍କା ଦିଆଯାଉ ଥିଲା।
