ଭୁବନେଶ୍ୱର: ଓଡିଶା ପୋଲିସରେ ଦୁଇ ଶହ ନୂଆ ନିଯୁକ୍ତି ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୨ଶହ ନୂଆ ପୋଲିସ ପଦବୀ ଲାଗି ମଂଜୁରୀ ଦେଇଛନ୍ତି । ଏହି ୨ ଶହ ନୂଆ ପଦବୀ ଭିତରେ ରହିଛି ୧୦ ସବ୍ ଇନିସପେକ୍ଟର, ୨୦ ହାବିଲଦାର୍ ଓ ୧୭୦ ଟ୍ରାଫିକ୍ କନେଷ୍ଟବଲ ପଦ । ଏମାନଙ୍କୁ ୩୨ଟି ପୋଲିସ ଜିଲ୍ଲା ଓ କମିଶନରେଟ ପୋଲିସରେ ନିଯୁକ୍ତି ମିଳିବ ।
