ଭୁବନେଶ୍ବର : ରୋଚକ ମୋଡରେ ନୟାଗଡ ରାଜନୀତି। ଏଠାରେ ନେତାଙ୍କୁ ଘାରିଛି ଛାୟା ଭୟ। େଯଉଁଥି ାଇଁ ନେତାମାନେ ଏବେ ପରସ୍ପରକୁ ରାଜନୈତିକ ସ୍ତରରେ ସନ୍ଦେହ କରିବା ଆରମ୍ଭ କଲେଣି। ବିଧାୟକ ଅରୁଣ ସାହୁ ଏଥିରେ ଘାରି ହେଉଥିବା କୁହାଯାଉଛି। ଯାହା ଖବର ରହିଛି, ସେ ଆଉ ନୟାଗଡରୁ ବିଧାନସଭା ନିର୍ବାଚନ ଲଢିବାକୁ ମନ ବଳାଉ ନାହାନ୍ତି। କାରଣ ବିଜେଡି ସହ ଅନ୍ୟ ଦଳର କିଛି ନୂଆ ମୁହଁ ତାଙ୍କୁ ଚେକ୍ ଦେବା ପାଇଁ କୁଆଡେ ରଣନୀତି ପ୍ରସ୍ତୁତ କଲେଣି ବୋଲି ଭିତିରିଆ ଖବର ଅରୁଣଙ୍କୁ ମିଳିଛି। ଖାସ୍ କରି କୋଟି ତି ନେତା ଲାଲା ମନୋଜ ରାୟଙ୍କ ପତ୍ନୀ ବିଜେପି ନେତ୍ରୀ ଇରାନୀ ରାୟ ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାର ସମ୍ଭାବନା ରହିଛି । କିଛି ବର୍ଷ ଧରି ନୟାଗଡରେ କଂଗ୍ରେସର ଗଡ ସମ୍ଭାଳିଥିବା ଲାଲା ମନୋଜ ରାୟ ଏବେ ପଦ୍ମ ଶିବିରରେ। କଂଗ୍ରେସରେ ଥିବା ବେଳେ ବିଧାୟକ ପ୍ରାର୍ଥୀ ଭାବେ ଲାଲା ଲଢୁଥିଲେ। ହେଲେ ଆଗକୁ ଲାଲା ନୁହେଁ ତାଙ୍କ ପତ୍ନୀ ଇରାନୀ ଲଢିବେ ା ଏଥି ାଇଁ ଇରାନୀ ଏବେ ନୟାଗଡ ବୁଲି ସଂଗଠନ ସୁଦୃଢ କରିବାଲେ ଲାଗିଛନ୍ତି। ଯାହା ଅରୁଣଙ୍କ ପାଇଁ ୨୦୧୯ ନିର୍ବାଚନରେ ବଡ କାଳ ହୋଇପାରେ ବୋଲି ରାଜନୈତିକ ପଣ୍ଡିତଙ୍କ ମତଲାଲା ହେଉଛନ୍ତି ନୟାଗଡ କୋଟି ତି ନେତା। ଶୁଣିବାକୁ ମିଳିଛି, ପତ୍ନୀଙ୍କୁ ବିଧାୟକ କରିବା ପାଇଁ ଟଙ୍କା ପାଣି ପରି ଅଜାଡି ଦେବେ ମନୋଜ। ଅରୁଣଙ୍କ ପାଇଁ ଆଉ ଏକ ବଡ ଚିନ୍ତା ହେଉଛି ନୟାଗଡ ରାଜପରିବାର ସହ ତାଙ୍କରଅପଡ। ୨୦୧୯ ନିର୍ବାଚନ ପୂର୍ବରୁ ତକ୍ରାଳୀନ ନୟାଗଡ କଂଗ୍ରେସ ସଭାପତି ହେମେନ୍ଦ୍ର ସିଂ ବିଜେଡିରେ େଯାଗ ଦେଇଥିଲେ। ସେ ନୟାଗଡରୁ ବିଜେଡି ବିଧାୟକ ପ୍ରାର୍ଥୀ ହେବେ ବୋଲି ସେ ସମୟରେ ଚଚ୍ର୍ଚା ହେଲା। ବଦଳରେ ଅରୁଣ କନ୍ଧମାଳ ଲୋକସଭା ଆସନରୁ ଲଢିଥାଆନ୍ତେ। ହେଲେ ୨୦୧୪ ନିର୍ବାଚନର ଚାଣକ୍ୟ ସ୍ବର୍ଗତ କଳ୍ପତରୁ ଦାସଙ୍କ ସହ ସୁସଂପର୍କ ପାଇଁ ଓଲଟା ବାଜି ପଡିଲା। ହେମେନ୍ଦ୍ର କନ୍ଧମାଳ ଗଲେ ଆଉ ନୟାଗଡରେ ରହିଲେ ଅରୁଣ। ହେମେନ୍ଦ୍ରଙ୍କ ଅକାଳ ବିୟୋଗ ପରେ ଉପ-ନିର୍ବାଚନରେ ତାଙ୍କ ପତ୍ନୀ ପ୍ରତୁ୍ୟଷା ରାଜଶ୍ବେରୀ ବିଜେଡି ପ୍ରାର୍ଥୀ ହୋଇ କନ୍ଧମାଳରୁ ଲୋକସଭା ଗଲେ। ହେଲେ ଯାହା ବତ୍ର୍ତମାନର ନୟାଗଡ ପାଣି ାଗ କହୁଛି, ରାଣୀମା’ ନୟାଗଡ ବିଧାନସଭା ସିଟ୍ ଆଖେଇଛନ୍ତି। ଏହି ଆସନରୁ ବିଜେଡି ଟିକେଟରେ ଲଢିବା ପାଇଁ ସେ ଗୋଟି ଚଳାଉଛନ୍ତି ା ତେଣୁ ଏଥର ଅରୁଣଙ୍କ ଚାଲ କାମ ନ କରି ାରେ। ବିଜେଡିର କ୍ଷମତା କେନ୍ଦ୍ର ବି ଖବର ପାଇଲାଣି େଯ ଲାଲା ମନୋଜ ରାୟଙ୍କ ପତ୍ନୀ ଇରାନୀ ହେବେ ବିଜେପିର ବିଧାୟକ ପ୍ରାର୍ଥୀ। ତାଙ୍କୁ ମାତ୍ ଦେବାକୁ ହେଲେ ସେହି ସ୍ତରର ମହିଳା ପ୍ରାର୍ଥୀ ଆବଶ୍ୟକ। ଏ ସ୍ଥିତିରେ ନୟାଗଡ ରାଜପରିବାର ହିଁ ନବୀନଙ୍କ ଭରସା ହୋଇପାରେ। ନୟାଗଡ ରାଜପରିବାର ପାଇଁ ନୟାଗଡବାସୀଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଛି।
୨୦୦୯ରେ ନୟାଗଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ ହେମେନ୍ଦ୍ର। ଅନ୍ୟପଟେ ଇରାନୀ କି ଅରୁଣ, କେହି ବି ନୟାଗଡର ମୂଳବାସିନ୍ଦା ନୁହନ୍ତି। ଯାହା ପ୍ରତୁ୍ୟଷାଙ୍କ ପାଇଁ ପ୍ଲସ୍ ଫ୍ୟାକ୍ଝର ହୋଇପାରେ ା ୨୦୦୪ ମସିହାରୁ କ୍ରମାଗତ ଭାବେ ତିନି ତିନି ଥର ନୟାଗଡରୁ ବିଧାୟକ ହୋଇଛନ୍ତି ଅରୁଣ
ସାହୁ। ଶକ୍ତି, ସୂଚନା ଓ ଲୋକସଂପର୍କ, ଆଇନ ଓ ପଞ୍ଚାୟତିରାଜ ପରି ଗୁରୁତ୍ବ ୂର୍ଣ୍ଣ ବିଭାଗ ବି ସମ୍ଭାଳିଛନ୍ତି ଅରୁଣ। ସବୁ ସମୟରେ କ୍ଷମତାରେ ରହିଛନ୍ତି। ହଠାତ୍ ଦିଲ୍ଲୀ ରାଜନୀତିକୁ ଗଲେ, ହୁଏତ ସେ ସମାନ ମଯ୍ର୍ୟାଦା ପାଇବେନି। କାରଣ ଦିଲ୍ଲୀରେ ଓଡିଶା ବିଜେଡିର ବଡ ବଡ ଚେହେରା ଅଛନ୍ତି। ସେପଟେ ଓଡିଶା ଛାଡିଲେ, ମନ୍ରୀ ହେବାରୁ ବି ବଞ୍ଚିତ ହେବେ। ହେଲେ ରାଜନୈତିକ କ୍ଷମତାର ପଦବୀକୁ ଉପଭୋଗ କରୁଥିବା ଅରୁଣ ନିଜ ରାଜନୈତିକ ଅସ୍ମିତାକୁ ଉଜ୍ଜୀବିତ ରଖିବାକୁ ନୟାଗଡ ଛାଡି ପାରନ୍ତି। ତେବେ ଆଗାମୀ ସାଧାରଣ ନିର୍ବଚନରେ ଅରୁଣ କନ୍ଧମାଳ ଲୋକସଭା ନା ଭୁବନେଶ୍ବର କି କଟକର ବିଜେଡି ଥଇଥାନ କେନ୍ଦ୍ର ହୋଇଥିବା କିଛି ବିଧାନସଭା କ୍ଷେତ୍ରରୁ ଲଢିବେ ତାକୁ ନେଇ ନାନା ଚଚ୍ର୍ଚା ଆରମ୍ଭ ହେଲାଣି ା
Prev Post
Next Post
