ପହଣ୍ଡି ବେଳେ ଦେବୀ ସୁଭଦ୍ରାଙ୍କୁ ସ୍ପର୍ଶ ଉଦ୍ୟମ ଘଟଣା : ବୌଦ୍ଧ ଥାନା ଅଧିକାରୀ ଅମୂଲ୍ୟ ଧର ସସ୍ପେଣ୍ଡ

କଟକ:ନିଳାଦ୍ରୀବିଜେ ପହଣ୍ଡି ସମୟରେ ଦେବୀ ସୁଭଦ୍ରାଙ୍କୁ ସ୍ପର୍ଶ ଉଦ୍ୟମ ଘଟଣାରେ ବୌଦ୍ଧ ଥାନା ଅଧିକାରୀ ଅମୂଲ୍ୟ କୁମାର ଧରଙ୍କୁ ସସ୍ପେଣ୍ଡ କରାଯାଇଛି । ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ରିପୋର୍ଟ ଆଧାରରେ ଆକ୍ସନ ନେଇଛନ୍ତି ପୋଲିସ ଡିଜି କେବି ସିଂହ । ଏଥିସହ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ବିଧିବଦ୍ଧ ଡ୍ରାଫ୍ଟ ଚାର୍ଜ ଏବଂ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ନିଳାଦ୍ରୀବିଜେ ପହଣ୍ଡି ବେଳେ ଶ୍ରୀମନ୍ଦିର ଭିତରେ ଦେବୀ ସୁଭଦ୍ରାଙ୍କୁ ଅମୂଲ୍ୟ କୁମାର ଧର ସ୍ପର୍ଶ କରିଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.