ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନରେ କଣ ହେବ ବିଜେଡିର ରଣନିତୀ ସେନେଇ ଆଜି ବିଜେଡି ସଂସଦୀୟ ଦଳର ବୈଠକରେ ନିଷ୍ପତ୍ତି ହୋଇଛି । ସାଂସଦ ମାନଙ୍କ ବୈଠକ ନବୀନ ନିବାସରେ ବସିଥିଲା । ବୈଠକରେ ଅଧ୍ୟକ୍ଷତା କରିଥିଲେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୈସୁମୀ ଅଧିବେଶନରେ ବିଜେଡି ଧାନର ସହାୟକ ମୁଳ୍ୟ ବୃଦ୍ଦି ଦାବି କରିବ । ଏହା ସହ ଜିଏସଟି ଗ୍ରୀନଟାକ୍ସ,ମହାନଦୀ ପ୍ରସଂଗ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଂଗ ଉଠାଯିବକୁ ନିଷ୍ପତ୍ତି ହୋଇଛି । ଏନେଇ ସଂସଦୀୟ ଦଳର ମୁଖପାତ୍ର କଲିକେଶ ସିଂଦେଓ ଏହି ସୂଚନା ଦେଇଛନ୍ତି । ଏହା ସହ କୈଣସି ଜାତୀୟ ଓ ଆନ୍ତଜାତୀୟ ପ୍ରସଂଗରେ ଦଳର ଆଭିମୁଖ୍ୟ ନଜାଣି ବିନା ଆଲୋଚନାରେ ମୁହଁ ନଖୋଲିବାକୁ ସାଂସଦ ଣାନଙ୍କୁ ତାଗିତ କରିଛନ୍ତି ନବୀନ ବୋଲି ସୂଚନା ମିଳିଛି ।
