ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବରପଲ୍ଲି ଗ୍ରାମରେ ବୁଧବାର ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ହେବାପରେ ପୋଲିସ ଅଭିଯୁକ୍ତ ପଦି ନାୟକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ଅନୁଯାୟୀ, ଆଜି ନାବାଳିକା ଜଣକ ନିକଟସ୍ଥ ପୋଖରିକୁ ଶୌଚ କରି ଘରକୁ ଫେରୁଥିଲେ। ସେହି ସମୟରେ ସେହି ଗ୍ରାମର ପଦି ନାୟକ ନାବାଳିକାଙ୍କୁ କୋଳି ଦେବାର ପ୍ରଲୋଭନ ଦେଖାଇବା ସହ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯ଼ୋଗ ହୋଇଛି। ଅଭିଯୋଗ ଭିତ୍ତିରେ ତାରସିଂ ପୋଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଉଭୟଙ୍କ ଡାକ୍ତରି ମାଇନା କରାଇଛି। ଆସନ୍ତାକାଲି ଅଭିଯ଼ୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
