ବରଗଡ ଉପନିର୍ବାଚନ: ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରାର୍ଥୀପତ୍ର ଦାଖଲ

ବରଗଡ଼: ବଜେପୁର ବିଧାନସଭା ଉପନିର୍ବାଚନ ଲାଗି ବିଜେଡି ପ୍ରାର୍ଥୀ ରୀତା ସାହୁ ସୋମବାର ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ମାଧ୍ୟମରେ ବିଜେଡି ନିଜର ଶକ୍ତି ପ୍ରଦର୍ଶନ କରିଛି । ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଗହଣରେ ଯାଇ ରୀତା ପ୍ରଥମେ ନିଜ ଘରେ ଓ ତା ପରେ ବରପାଲିର ଇଷ୍ଟଦେବୀ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାରି ଭିତରେ ବରପାଲି, ବିଜେପୁର ଓ ଗାଇସିଲଟ ବ୍ଲକରୁ ବାହାରିଥିଲା ବିଜେଡି ରାଲି । ବିଜେଡି କର୍ମୀ ଆସି ବେହୁରିଆ ଛକ ଅଶୋକ ପଡ଼ିଆରେ ଠୁଳ ହୋଇଥିଲେ । ସେଠାରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା ବିଜେଡି ରାଲି। ସାଂସଦ ଅନୁଭବ ମହାନ୍ତି, ରୀତାଙ୍କ ପାଇଁ ପ୍ରସ୍ତାବକ ଥିବା ବେଳେ ରୀତା ତିନିଟି ସେଟ୍ ନାମାଙ୍କନ ଦାଖଲ କରିଛନ୍ତି

Leave A Reply

Your email address will not be published.