ବ୍ରହ୍ମପୁର :ଆଷାଢ ପୂର୍ଣ୍ଣିମାରେ ବ୍ରହ୍ମପୁରର କଣ୍ଢେଇ ଯାତ୍ରା ଖୁବ ଜମିଛି । ୪ଶହ ବର୍ଷ ଧରି ଚାଲି ଆସୁଥିବା ଏହି ଯାତ୍ରାର ପରମ୍ପରା ଆଜି ବି ନିଜର ମହକ ଅତୁଟ ରଖିଛି ।
ବ୍ରହ୍ମପୁର କଣ୍ଢେଇ ଯାତ୍ରାର ଇତିହାସ ୪ଶହ ବର୍ଷ ପୁରୁଣା । ପ୍ରତିବର୍ଷ ଆଷାଢ ପୂର୍ଣ୍ଣିମାରେ ହେଉଥିବା ଏହି ଯାତ୍ରା, ମହୁରୀ ରାଜାଙ୍କ ସମୟରୁ ଆରମ୍ଭ ହୋଇଥିବା କୁହାଯାଏ । ଏହି ପାରମ୍ପରିକ ଯାତ୍ରା ଦେଖିବାକୁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ। ଝିଅ ବାହାଘର ସମୟରେ ଯୌତୁକ ସହ ମାଟି କଣ୍ଢେଇ ଦିଆଯିବା ପରମ୍ପରା ଥିଲା। ସେଥିପାଇଁ ଲୋକେ କଣ୍ଢେଇ କିଣିବାକୁ ଆସୁଥିଲେ । ଏହା ପରେ, କଣ୍ଢେଇ ଯାତ୍ରାର ରୂପ ନେଇଛି ।
କଣ୍ଢେଇ ଯାତ୍ରା ପିଲାବେଳର କଥା ମନେ ପକାଇ ଦେଇଛି । ପ୍ଳାଷ୍ଟିକ୍ କଣ୍ଢେଇର ଚାହିଦା ବଢିଛି ସତ ହେଲେ ଏହି ଯାତ୍ରା, ମାଟି କଣ୍ଢେଇ ପରମ୍ପରାକୁ ଜୀବନ୍ତ ରଖିଛି । ଆଧୁନିକତା ଭିତରେ ହଜି ଯାଇନି ପରମ୍ପରା ।
