ଭୋଗ ନକରି ମା ତାରିଣୀଙ୍କ ମାନସିକ ନଡିଆ ଚୋରାଚାଲାଣ

ଘଟଗାଁ: ମା ତାରିଣୀ ମନ୍ଦିରକୁ ଯାଉଥିବା ମାନସିକ ପୂରଣ ପାଇଁ ପ୍ରତିଦିନ ଆସୁଥିବା ହଜାର ହଜାର ନଡିଆ ଚୋରି ହେଉଛି । ରିତି ଅନୁଯାୟୀ ଏହି ନଡିଆଗୁଡିକୁ ମାଙ୍କ ନିକଟରେ ଭୋଗ ଲାଗାଯିବା ପରେ ମନ୍ଦିର ପ୍ରଶାସନ ଟେଣ୍ଡରଧାରୀ ଓ ସାଧାରଣ ଭକ୍ତଙ୍କୁ ଭୋଗ ନଡିଆ ନିର୍ଦ୍ଧ।ରିତ ମୁଲ୍ୟ ଅନୁଯାୟୀ ବିକ୍ରୀ କରିଥାଏ । ଏବେ ସାନି ଏକ ଘଟଣା ଆସିଛି ମନ୍ଦିର ଗୋଦାମରୁ ନଡ଼ିଆକୁ ଟ୍ରକରେ ଲଦି ଚାଲାଣ କରିଦିଆଯାଉଛି।
ଭକ୍ତଙ୍କ ବିଶ୍ବାସକୁ କୁଠାରଘାତ। ମା ଓ ଭକ୍ତର ଭାବନାରେ ବିଶ୍ବାସଘାତକତା। ମନ୍ଦିରରୁ ହେଉଛି ଟ୍ରିପ୍ ଟ୍ରିପ୍ ନଡ଼ିଆ ଚୋରି। ଭୋଗ ଲଗା ନଯାଇ କରାଯାଉଛି ଚୋରି। ଦିନ ଦ୍ବିପହରରେ ମା ତାରିଣୀଙ୍କ ଭୋଗ ଲାଗି ନଥିବା ମାନସିକ ନଡିଆକୁ ମନ୍ଦିର ପ୍ରଶାସନ ବାହାରକୁ ଚାଲଣ କରି ଦିଆଯାଇଛି। ମନ୍ଦିରର ନିୟମ ଅନୁଯାୟୀ ଏଠାକୁ ଆସୁଥିବା ମାନସିକ ନଡିଆ ଛଡା ହେବା ପରେ ଫାଳ ନଡ଼ିଆ ମା ତାରିଣୀଙ୍କ ପାଖରେ ଭୋଗ ଲାଗିଥାଏ। ପଂ।ଳ ନଡିଆକୁ ଗଣାଯାଇ ମନ୍ଦିର ପ୍ରଶାସନ ଟେଣ୍ଡର କରିଥାନ୍ତି। କିନ୍ତୁ ଏଠାରେ ଆଉ ପୂଜା କରିବାକୁ ଧୈର୍ଯ୍ୟ ନାହିଁ। ସିଧା ସିଧା ଗୋଦାମ ଘରୁ ଗୋଟା ନଡ଼ିଆ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମନ୍ଦିରର ମାନସିକ ନଡ଼ିଆ ଜଙ୍ଗଲରେ ପୋଡ଼ାଯିବା ନେଇ ଖବର ସାମ୍ନାକୁ ଆସିଥିଲା। ଏବେ ନଡ଼ିଆ ଚାଲାଣ ଖବର ମନ୍ଦିର ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମନ୍ଦିର ପ୍ରଶାସନ ଅଧିକାରୀମାନେ ସ୍ପଷ୍ଟ ଦିବାଲୋକରେ ନଡିଆ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ତାରିଣୀ ମନ୍ଦିରର କାର୍ଯ୍ୟନିର୍ବ।ହୀ ଅଧତ୍କାରୀଙ୍କ କିନ୍ତୁ କହିଛନ୍ତି ସବୁ ମିଛକଥା। ଗୋଟିଏ ବି ମାନସିକ ନଡିଆ ଭୋଗ ନଲାଗି ବାହାରକୁ ଯାଇନାହଁ।

Leave A Reply

Your email address will not be published.