ଭୁବନେଶ୍ବର : ଭୁବନେଶ୍ବରର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଳିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏଥର ୫୪ ଟି ଟ୍ରୁପ୍ ରାଜ୍ୟସ୍ତରୀୟ ପରେଡରେ ସାମିଲ ହୋଇଥିଲା । ପୋଲିସ, ଅର୍ଦ୍ଧସାମରିକ ବଳ, ଅଗ୍ନିଶମ ବିଭାଗ ଓ ହୋମଗାର୍ଡ ମଧ୍ୟ ପରେଡରେ ସାମିଲ ହୋଇଥିଲେ । ୯ ଟି ପ୍ରଜ୍ଞାପନ ମେଢ, ୨ଟି ଡେୟାର ଡେଭିଲ ଟ୍ରୁପ୍ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିଥିଲେ । ସେହିପରି ୬ଟି ସାଂସ୍କୃତିକ ଗ୍ରୁପ୍ ମଧ୍ୟ ନୃତ୍ୟଗୀତ ପରିବେଷଣ କରିଥିଲେ ।
