ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହେଲା ରତ୍ନଖଚିତ ସୁବର୍ଣ୍ଣ ଚିତା

ପୁରୀ:ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଚିତାଲାଗି ଅମାବାସ୍ୟା । ଏହି ଅବସରରେ ଶ୍ରୀଜୀଉଙ୍କ ମସ୍ତକରେ ଲାଗି ହୋଇଛି ରତ୍ନଖଚିତ ସୁବର୍ଣ୍ଣ ଚିତା । ଗତ ସ୍ନାନପୁର୍ଣ୍ଣିମା ଓ ଘୋଷଯାତ୍ରାରେ ଶ୍ରୀଜୀଉଙ୍କ ମସ୍ତକରୁ ଏହି ଚିତାକୁ ସୁରକ୍ଷା ଦୃଷ୍ଟିରୁ ବାହାର କରିଦିଆଯାଇଥିଲା । ଆଜି ଦଇତାପତି ସେବାୟତମାନେ ଭଣ୍ତାର ମେକାପ ଓ ପାଟରା ବିଷୋୟୀ ସେବାୟତଙ୍କ ସହାୟତାରେ ଏହି ଚିତାକୁ ପୁଣି ଲାଗି କରିଛନ୍ତି । ଚିତାଲାଗି ନୀତି ପାଇଁ ଶ୍ରୀମନ୍ଦିରରେ କିଛି ସମୟ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥିଲା ।

Leave A Reply

Your email address will not be published.