ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲା : ପ୍ରଶାନ୍ତ ଦାସଙ୍କ ଭାଇ ପ୍ରଭାତ ଦାସଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପ୍ରଭାତ ଦାସଙ୍କୁ ସୁପ୍ରିମକୋର୍ଟରୁ ଜାମିନ। ସି-ସୋର ସଂସ୍ଥା ମୁଖ୍ୟ ପ୍ରଶାନ୍ତ ଦାସଙ୍କ ଭାଇ ପ୍ରଭାତ ଦାସ। ସେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ମଧ୍ୟ ଥିଲେ। ଚିଟ୍‌ଫଣ୍ଡ ଠକେଇ ମାମଲାରେ ୭ ଜୁଲାଇ ୨୦୧୪ରେ ତାଙ୍କୁ ଗିରଫ କରିଥିଲା ଉଈଓ। ତାଙ୍କ ବିରୋଧରେ ଜମାକାରୀଙ୍କୁ ବିଭିନ୍ନ ସ୍କିମରେ ପ୍ରଲୋଭିତ କରି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଥିଲା। ଏହି ଠକେଇ ଘଟଣାରେ ପ୍ରଭାତଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ସେତେବେଳେ ସିବିଆଇ ତଦନ୍ତ ବେଳେ ଜାଣିପାରିଥିଲା।

Leave A Reply

Your email address will not be published.