ଭୁବନେଶ୍ୱର: ଦିଲ୍ଲୀରେ ଗତ ଗଣତନ୍ତ୍ର ଦିବସର ବିଏସଏଫ ମହିଳା ଟିମ୍ ସୀମା ଭଓ୍ଵାନୀର ଦୁଃସାହସିକ ମୋଟରସାଇକେଲ କ୍ରୀଡା ପ୍ରଦର୍ଶନ କରିଥିଲେ । ଏହି ଟିମରେ ଥିବା ମୋଟ ୧୧୩ ଜଣଙ୍କ ଭିତରେ ଥିଲେ ୬ ଓଡ଼ିଆ ଝିଅ । ସେମାନେ ହେଲେ ମୀତା, ଅନସୂୟା,ସୁକାମିନି, କ୍ରିଷ୍ଣା, ସୁବନ୍ତି ଓ ବନିତା । ସାରା ଦେଶରେ ଇତିହାସ ସୃଷ୍ଟିକରିଥିବା ଏହି ଓଡ଼ିଆ ଝିଅମାନଙ୍କୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆଜି ସମ୍ମାନିତ କରିବା ସହ ସେମାନେ ସାରା ରାଜ୍ୟବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ଏ ସଂପର୍କରେ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହିଛନ୍ତି ଯେ “ଗଣତନ୍ତ୍ର ଦିବସରେ ଚମତ୍କାର ପ୍ରଦର୍ଶନ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିବା ବିଏସଏଫର ପ୍ରଥମ ମହିଳା ବାଇକର ଟିମ ସୀମା ଭବାନୀର ସଦସ୍ୟ ଥିବା ଓଡ଼ିଆ ଝିଅଙ୍କୁ ଭେଟି ମୁଁ ବେଶ ଆନନ୍ଦିତ । ସେମାନେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ସେମାନେ ଏହା ମଧ୍ୟ ପ୍ରମାଣିତ କରିଛନ୍ତି ଯେ ଝିଅମାନେ ସାହସ ଓ ସାମର୍ଥ୍ୟରେ କିଛି କମ ନୁହଁନ୍ତି।”
ସେହିପରି ଏହି ଟିମର କୌଶଳକୁ ଖୋଦ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରସଂଶା କରିଥିଲେ ।
Prev Post
