ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଶୁକ୍ରବାର ସନ୍ଧ୍ୟାରେ ପଦ୍ମ ସମ୍ମାନ ଘୋଷଣା ହୋଇଛି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ସମୁଦାୟ ୧୧୨ ଜଣଙ୍କୁ ଏଥି ଲାଗି ମନୋନୀତ କରାଯାଇଛି। ୯୪ ଜଣଙ୍କୁ ପଦ୍ମଶ୍ରୀ , ୧୪ ଜଣଙ୍କୁ ପଦ୍ମଭୂଷଣ ଓ ୪ ଜଣଙ୍କୁ ପଦ୍ମବିଭୂଷଣ ସମ୍ମାନ ଲାଗି ମଧ୍ୟ ଚୟନ କରାଯାଇଛି। ଏହି ବ୍ୟକ୍ତତ୍ବଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ବତନ୍ତ୍ର ଉତ୍ସବରେ ସମ୍ମାନ ପ୍ରଦାନ କରିବେ।

ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ସମ୍ମାନ
ଓଡ଼ିଶାରୁ ୩ଜଣଙ୍କୁ ପଦ୍ମଶ୍ରୀ ଲାଗି ମନୋନୀତ କରାଯାଇଛି। କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ, ମହିଳା ଚାଷୀ କମଳା ପୂଜାରୀ ଏବଂ କେନ୍ଦୁଝରର ପର୍ବତ ମାନବ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ଦୈତାରୀ ନାଏକ ଓ ଡି. ପ୍ରକାଶ ରାଓଙ୍କୁ ସମାଜ ସେବା ଏବଂ କମଳ ପୂଜାରୀଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ କରାଯାଇଛି।
କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ, ମହିଳା ଚାଷୀ କମଳା ପୂଜାରୀ ଏବଂ କେନ୍ଦୁଝରର ପର୍ବତ ମାନବ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ
ସେହିଭଳି ପ୍ରବାସୀ ଭାରତୀୟ, ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ଲାଗି ମନୋନୀତ କରାଯାଇଛି। ଶ୍ରୀମତୀ ମେହେଟ୍ଟାଙ୍କୁ(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ସେହିଭଳି ବଲିଉଡର ଜଣାଶୁଣା କଳାକାର କାଦର ଖାନ୍, ଅଭିନେତା ମନୋଜ ବାଜପେୟୀ, ଫୁଟବଲ ଖେଳାଳି ସୁନିଲ ଛେତ୍ରୀ, କୋରିଓଗ୍ରାଫର ପ୍ରଭୁ ଦେବା, କ୍ରିକେଟର ଗୌତମ ଗମ୍ଭୀର, ଗାୟକ ଶଙ୍କର ମହାଦେବନ୍, ରେସଲର ବଜରଙ୍ଗ ପୁନିଆ ପ୍ରମୁଖଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ଲାଗି ଘୋଷଣା ହେୋଇଛି।
ଇସ୍ରୋର ବୈଜ୍ଞାନିକ ନମ୍ବି ନାରାୟଣ, ପୂର୍ବତନ ଲୋକସଭା ଉପ-ବାଚସ୍ପତି କାରିଆ ମୁଣ୍ଡା, ଅଭିନେତା ମୋହନଲାଲ, ସାମ୍ବାଦିକ କୁଲଦୀପ ନାୟାରଙ୍କୁ (ମରଣୋତ୍ତର), ପର୍ବତାରୋହୀ ବଛେନ୍ଦ୍ରୀ ପାଲ ଏବଂ ଲୋକସଭା ସାଂସଦ ହୁକୁମଦେବ ନାରାୟଣ ଯାଦବଙ୍କୁ ପଦ୍ମ ଭୂଷଣ ଲାଗି ମନୋନୀତ କରାଯାଇଛି।
