ବିଜେପୁର କସରତ :୫ରେ ବିଜେଡିରୁ ରିତା ସାହୁଙ୍କ ହେବ ପ୍ରାର୍ଥୀ ପତ୍ର ଦାଖଲ, କେନ୍ଦ୍ରୀୟ କମିଟିକୁ ପ୍ରାର୍ଥୀଙ୍କ ନାଁ ସୁପାରିଶ କଲା ବିଜେପି

ଭୁବନେଶ୍ବର: ବିଜେପୁର ଉପନିର୍ବାଚନ ନେଇ ତାୟାର ହେଲେ ତିନି ଦଳ । ଏହାକୁ ପାର୍ଟି ଅଫିସରେ ବସିଲାଣି ଘନଘନ ବୈଠକ। ପ୍ରାର୍ଥୀପତ୍ର ଦାଖଲ ଏବଂ ପ୍ରଚାର ପାଇଁ ନିବୀନ ନିବାସରେ ବରିଷ୍ଠ ନେତା , ଜିଲ୍ଲାପର୍ଯ୍ୟବେକ୍ଷକ ଏବଂ ପ୍ରାର୍ଥୀଙ୍କୁ ନଇେ ନବୀନ ନିବସରେ ପ୍ରସ୍ତୁତ ହୋଇଛି ରଣନୀତି। ଏହାସହ ବିାଜେପୁର କିଛି କଂଗ୍ରେସ କର୍ମୀଙ୍କୁ ଦଳରେ ମିଶାଇ ବିଜେଡି ବିରୋଧୀଙ୍କୁ ଝଟକା ଦେଇଛି। ଏପଟେ ବିଜେପି ତାର ପ୍ରର୍ଥୀ ତାଲିକା ଚୂଡାନ୍ତ କରି ଦିଲ୍ଲୀ ପଠାଇଛି। କଂଗ୍ରେସର ନବ ନିଯୁକ୍ତ କମିଟି ପ୍ରାର୍ଥୀ ତାଲିକା ଚୂଡାନ୍ତ ପାଇଁ ବିଜେପୁର ଗସ୍ତ କରିଛନ୍ତି
ବିଜେପୁର ଉପନିର୍ବାଚନ ନେଇ ତିନି ଦଳ ଚଳଚଞ୍ଚଳ। ବିଜେପୁର ଉପନିର୍ବାଚନରେ ପ୍ରସ୍ତୁତିରେ ଆଗୁଆ ଥିବା ବିଜେଡି ପ୍ରସ୍ତୁତ କରିଛି ରଣନୀତି।ଖୁବଶିଘ୍ର ବିଜେପୁର ଉପନିର୍ବାଚନ ପ୍ରଚାର ମଇଦାନ ଓହ୍ଲାଇବେ ନବୀନ। ପ୍ରାର୍ଥାପତ୍ର ଦାଖଲର ଶେଷ ତାରିଖ ଫେବୃଆରୀ ୬ ତରିଖ ଥିବାରୁ ବିଜେଡି ପ୍ରାର୍ଥୀ ତଥା ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ୫ ତାରିଖ ଦିନ ପ୍ରାର୍ଥୀ ପତ୍ର ଦାଖଲ କରିବେ। ଏନଇେ ନିବୀନ ନିବାସରେ ବସିଥିବା ବୈଠକରେ ନିଷ୍ପତି ହୋଇଛି। ଏହି ବୈଠକରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଗୃହ ଓନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜପ ପୂଜାରୀ ଙ୍କ ପ୍ରାର୍ଥର ରୀତା ସାହୁ ଉପସ୍ଥିତ ଥିଲେ। ଏହା ସହ ରୀତା ସାହୁ କିଛି କଂଗ୍ରେସ କର୍ମୀଙ୍କୁ ଆଣି ନବୀନଙ୍କ ଉପସ୍ଥିତିରେ ବିଜେଡି ମିଶାଇଛନ୍ତି। ବିଜେଡି ଏଭଳି ରଣନୀତି ଦେଖି ଆପରାହ୍ନରେ ବିଜେପିର ବସିଥିଲା ବୈଠକ।କେନ୍ଦ୍ରୀୟ କମିଟିକୁ ପ୍ରାର୍ଥୀଙ୍କ ନାଁ ସୁପାରିଶ କରିବା ପାଇଁ ବିଜେପି ସଭାପତି ବସନ୍ତ ପଣ୍ତା, ବିଜେପି ବିଧାୟକ ଦଳ ନେତା କେଭି ସିଂହ ଦେଓ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନ ଏବଂ ବିଜେପି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କୁ ନେଇ ବୈଠକ ବସିଥିଲା। ସୂଚନା ଅନୁସାରେ ବିଜେପୁର ପାଇଁ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ କରିବା ପାଇଁ ସୁପାରିଶ କରାଯାଇଛି। ଏପଟେ କଂଗ୍ରେସ ନବନିଯୁକ୍ତ ପ୍ରାର୍ଥୀ ଚୟନ କମିଟି ଶିଘ୍ର ସମ୍ବଲପୁର ଗସ୍ତ କରିଛି। ସମ୍ବଲ ପରେ ବିଭିନ୍ନ କଂଗ୍ରେସ କର୍ମୀ ଆଲୋଚନା କରିବାପରେ ଏହି କମିଟି ପ୍ରର୍ଥୀ ନାମ ହାଇକମାଣ୍ତଙ୍କ ପାଖକୁ ପଠାଇବା ବୋଲି ସୂଚନା ମିଳିଛି। ଫେବୃଆାରୀ ୨୪ ବିଜେପୁର ପାଇଁ ଭୋଟ ଗ୍ରହଣ ହେବ। ଏହି ନିର୍ବାଚନ ତିନି ଦଳ ପାଇଁ ସମ୍ମାନ ପ୍ରଶ୍ନ ହେବ। ବିଶେଷକରି ବିଜେଡି ବଡ ଚ୍ୟାଲେଞ୍ଜ ହେବ । କାରଣ ସରକାରୀ ଦଳ ଏହି ଉପନିର୍ବାଚନରେ ହାରାଇ ବିଜେପି ଚାର ଝଣ୍ତା ଉଡାଇାବୁ ଲକ୍ଷ୍ୟ ରଖିଛି। ଏପଟେ କଂଗ୍ରେସ ତାର ଗଡକୁ ରଖିବା ପାଇଁ ଉଦ୍ୟମ କରିବ।

Leave A Reply

Your email address will not be published.