ଭୁବନେଶ୍ବର : ପୂର୍ବ ଆକାଶରେ ସୁପରମୁନ୍ । ୨୦୧୮ର ଏହା ଶେଷ ସୁପରମୁନ୍ । ଆଜି ଦେଖିବାକୁ ମିଳିଛି ଏହି ମହାଜାଗତିକ ଦୃଶ୍ୟ ସଂଧ୍ୟାରେ ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣ ଲାଗିଥିବାରୁ ଚନ୍ଦ୍ର ଏଭଳି ଲାଲ୍ ରଙ୍ଗର ଦେଖାଯାଉଛନ୍ତି । ଗ୍ରହଣ ଭାରତୀୟ ସମୟ ସଂଧ୍ୟା ୬ଟା ୨୧ରୁ ଆରମ୍ଭ ହୋଇ ଏହା ୭ଟା ୩୭ ମିନିଟ୍ ପର୍ଯ୍ୟନ୍ତ ଦେଖାଯାଇଥିଲା । ୮ଟା ୩୧ ମିନିଟ୍ରେ ଏହା ସର୍ବମୋକ୍ଷ ହୋଇଛି । ଘଣ୍ଟାଏରୁ ଅଧିକ ସମୟ ଧରି ଏହି ଚନ୍ଦ୍ରଗ୍ରହଣ ଲାଗିଥିଲା । ୧୫୦ ବର୍ଷ ପରେ ଏଭଳି ମହାଜାଗତିକ ଦୃଶ୍ୟ ଦେଖିବାକୁ ପାଇଥିଲେ ବିଶ୍ବବାସୀ ।
ପୂର୍ବ ଆକାଶରେ ଆଉ କେଇ ମିନିଟ୍ ପରେ ଦେଖାଯିବ ସୁପର ମୁନ୍ । ଏହା ଏହି ବର୍ଷର ଶେଷ ସୁପର ମୁନ୍ । ଏବେ ଚନ୍ଦ୍ରଗ୍ରହଣ ଲାଗିଥିବା ବେଳେ ସଂଧ୍ୟା ୭ଟା ୩୭ ମିନିଟ୍ରେ ଗ୍ରହଣ ଛାଡିଲା । ୮ଟା ୩୧ ମିନିଟ୍ରେ ଏହା ସର୍ବମୋକ୍ଷ ହେବ ଗ୍ରହଣ ସଂଧ୍ୟା ୬ଟା ୨୧ରୁ ଆରମ୍ଭ ହୋଇଥିଲା । ଗ୍ରହଣ ଛାଡିବା ପରେ ଚନ୍ଦ୍ର ମିଳିତ ଲାଲ୍ ରଙ୍ଗର କିଛିଟା ବଡ ଆକରରେ ଦେଖାଯାଇଥିଲା ।ଏହାକୁ ସୁପର ମୁନ୍ ବୋଲି କହୁଯାଏ । ଏବର୍ଷର ଏହା ଶେଷ ସୁପର ମୁନ୍। ଚଳିତ ମାସରେ ଏହା ଦ୍ବିତୀୟ ସୁପର ମୁନ୍ । ଆଜି ପୁର୍ଣ୍ଣ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ଉପରେ ପଡୁଥିବା ପୃଥିବୀର ଛାଇ ଅପରାହ୍ନ୪.୧୧ମିନିଟରେ ପ୍ରବେଶ କରି ରାତି ୯ ଟା ୩୮ରେ ସଂପୂର୍ଣ୍ଣ ଅପସରି ଯାଇଛି । ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ନ ୫ଟା ୧୮ ମିନିଟରେ ପ୍ରବେଶ କରି ରାତ୍ ୮ଟା ୩୧ ମିନିଟ୍ ସମୟରେ ଛାୟାରୁ ସଂପୂର୍ଣ୍ଣ ଅପସରି ଯାଇଛି । ଏହା ପରେ ଚନ୍ଦ୍ର ପ୍ରାୟ ୭ ରୁ ୮ ପ୍ରତିଶତ ଅଧିକ ବଡ ଦେଖାଯାଇଥିଲା । ଚନ୍ଦ୍ର ଗ୍ରହଣ ଆସାମ, ଅରୁଣାଚଳ ପ୍ରଦେଶ, ନାଗାଲ୍ୟାଣ୍ଡ, ମିଜୋରାମ୍ ଏବଂ ପଶ୍ଚିମ ବଙ୍ଗ ଆଦି ସ୍ଥାନରେ ଚନ୍ଦ୍ରୋଦୟ ଆରମ୍ଭ ସମୟରେ ଦୃଶ୍ୟମାନ ହୋଇଛି।
ଏହି ମହାଜାଗତିକ ଦୃଶ୍ୟ ୧୫୦ ବର୍ଷ ପରେ ପଡୁଛି । ପୂର୍ବ ଗୋଲାର୍ଦ୍ଧରେ ଏହି ବିରଳ ମହାଜାଗତିକ ଦୃଶ୍ୟ ୧୯୮୨ ମସିହାରେ ଦେଖିବାକୁ ମିଳିଥିବା ବେଳେ ପଶ୍ଚିମ ଗୋଲାର୍ଦ୍ଧରେ ଏହା ୧୮୬୬ ମସିହାରେ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା ପଡୁଥିବାରୁ ଦ୍ବିତୀୟ ପୂର୍ଣ୍ଣିମାକୁ ବ୍ଲୁ ମୁନ୍ କୁହାଯାଉଛି । ଏହି ସୁପର ମୁନ ତଥା ନୀଳ-ଲାଲ ଚନ୍ଦ୍ର ଓ ଗ୍ରହଣ ଏକ ସାଧାରଣ ମହାଜାଗତିକ ଘଟଣା । ଏହାର କୌଣସି ପ୍ରଭାବ ମାନବ ସମାଜ ଉପରେ ପଡିବ ନାହିଁ ।
